Explore

Search

February 5, 2025 3:21 pm

Genres

ଉତ୍ସବମୁଖର ରାଜଧାନୀ,ଉଦଘାଟନ ହେଲା ଆାଦିବାସୀ ମେଳା, ଆରମ୍ଭ ହୋଇଛି ପଥ ଉତ୍ସବ, ଏକାମ୍ର ଓ ପାର୍କ ଉତ୍ସବ

odisha news

ଭୁବନେଶ୍ବର: ନବବଧୂ ପରି ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ବର l ରାଜଧାନୀର ପଥ ହୋଇପଡିଛି ଚଳଚଞ୍ଚଳ l 

ଗତ ରବିବାର ଦିନ ଜନପଥରେ ଆରମ୍ଭ ହୋଇଛି ମେଗା ପଥ ଉତ୍ସବ l ଶୀତୁଆ ସକାଳକୁ ନାଚଗୀତ, ବ୍ୟାୟମ, ଖାଦ୍ୟ ଓ ଖେଳର ଆସରରେ ଲୋକଙ୍କ ଦିନ ବିତିଥିବା ବେଳେ ସନ୍ଧ୍ୟାବେଳେ ଇଡକୋ ପ୍ରଦର୍ଶନୀ ପଡିଆଠାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆାଦିବାସୀ ମେଳାର ଶୁଭ ଉଦଘାଟନ କରିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ l 

କେବଳ ସେତିକି ନୁହେଁ ସହରର ପ୍ରମୁଖ ପାର୍କ ମାନଙ୍କରେ ଶିଶୁମାନଙ୍କ ପାଇଁ ଆରମ୍ଭ ହୋଇଛି ପାର୍କ ଉତ୍ସବ l ଓଲିଉଡ ତାରକାଙ୍କ ସଙ୍ଗୀତ ଓ ନୃତ୍ୟରେ ଝୁମିଛନ୍ତି ଦର୍ଶକମାନେ l  ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ l  ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ପ୍ରଚାର, ପ୍ରସାର ବିଶ୍ୱବ୍ୟାପୀ କରିବା ଲାଗି ଏକକାଳୀନ ୧୦ ମେଗା ଉତ୍ସବ ଆୟୋଜନ କରାଯାଉଛି ।

ଗଳିକନ୍ଦିରୁ ରାଜରାସ୍ତା, କାନ୍ଥ କବାଟରେ ସବୁଠି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କାଯିବା ସହ ଝୋଟି, ଚିତା ପକାଯାଉଛି । ସୌନ୍ଦର୍ଯ୍ୟକରଣ ଦାୟିତ୍ବ ନେଇଥିବା ବିଏମସି ସହର ସାରା ଚିତ୍ର କରିଛି । ୩ ଦିନିଆ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ । ରାଜାରାଣୀରୁ ଆରମ୍ଭ କରି ମୁକ୍ତେଶ୍ୱର, ନନ୍ଦନକାନନରୁ ଧଉଳି ସେହିପରି 

ଖଣ୍ଡଗିରିରୁ କୋଣାର୍କ ତା ସହିତ ପୁରୀରୁ କଟକ ଓ ସ୍ୱର୍ଣ୍ଣ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି । ଯୁଆଡ଼େ ବୁଲିବେ ଖାଲି ଝୁମିବେ, ସ୍ଥାନୀୟ ସଂସ୍କୃତି ଓ ଖାଣ୍ଟି ଓଡ଼ିଆ ଖାଦ୍ୟପାନୀୟର ମଜା ନେବା ସହ ବିଭିନ୍ନ ମେଳାରେ ପ୍ରସିଦ୍ଧ ଓଡ଼ିଶା ହସ୍ତକଳାର କିଣାକିଣି କରିବେ । ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ସହ ଓଡ଼ିଶା ଦେବ ଶ୍ରେଷ୍ଠ ଅତିଥି ପରାୟଣତାର ବାର୍ତ୍ତା  । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।

ଏହାକୁ ମହାଆଡମ୍ବରପୂର୍ଣ୍ଣ ଭାବେ ପାଳି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର । ସେପଟେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ରହିବେ ବୈଦେଶିକ ମନ୍ତ୍ରୀ । 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score