Explore

Search

July 1, 2025 2:24 pm

Genres

ଆରମ୍ଭ ହେଲା ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ ‘ଅଞ୍ଜଳି’

International News

ଭୁବନେଶ୍ବର: ଶିଶୁ ଦିବସ ଅବସରରେ କଳାଭୂମି ସଂଗ୍ରହାଳୟ ପରିସରରେ ୨୩ତମ ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ ‘ଅଞ୍ଜଳି’ ବୁଧବାର ଠାରୁ ଆରମ୍ଭ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ସ୍ବାଭିମାନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି ୪ ଦିନିଆ ମହୋତ୍ସବରେ ଓଡ଼ିଶା, ଜମ୍ମୁ କଶ୍ମୀର, ହରିୟଣା, ତ୍ରିପୁରା, ଦିଲ୍ଲୀ ସହିତ ପ୍ରଥମଥର ଲଦାଖ ଓ ସିକିମରୁ ୧ହଜାରରୁ ଅଧିକ ଛାତ୍ରୀଛାତ୍ର ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଯୋଗଦେଉଛନ୍ତି। ଚଳିତବର୍ଷ ମହୋତ୍ସବର ଥିମ୍ ରହିଛି ‘ହିନ୍ଦୁ ପୁରାଣ’। ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ଉଷା ପାଢ଼ୀ, ସାମାଜିକ ସୁରକ୍ଷା ଓ ସଶକ୍ତୀକରଣ ବିଭାଗର ସଚିବ ବିଷ୍ଣୁପଦ ସେଠୀ ଏବଂ ସ୍ବାଭିମାନର ମୁଖ୍ୟ ଡ. ଶ୍ରୁତି ମହାପାତ୍ର ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଛାତ୍ରୀଛାତ୍ରଙ୍କ ସହ ଅତିଥିମାନଙ୍କୁ ନିଆରା ଢଙ୍ଗରେ ଅଭିନନ୍ଦନ ଜଣାଇବା ସହ ବିଭିନ୍ନ ପ୍ରତିଯୋଗିତା, କର୍ମଶାଳାରେ ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ ଲାଗି ପ୍ରେରଣା ଦିଆଯାଇଥିଲା। ଉଦ୍‌ଘାଟନୀ ଉତ୍ସବ ଶେଷରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ଥିଲା l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score