ଆସନ୍ତା ୭ ,୮ ଓ ୯ ତାରିଖରେ ହେବ ମୋହନ ସରକାରଙ୍କ ପ୍ରଥମ ନିବେଶକ ସମ୍ମିଳନୀ । ପୁଣେ ଓ ଅହମ୍ମଦାବାଦରେ ଆୟୋଜନ ହେବ ଏହି ସମ୍ମିଳନୀ । ସମ୍ମିଳନୀରେ ଅଟୋମୋବାଇଲ, ଫୁଡ ପ୍ରୋସେସିଂ, ଡାଉନ ଷ୍ଟ୍ରିମ ଇଣ୍ଡଷ୍ଟ୍ରି, ମେଟାଲ କ୍ଷେତ୍ରରେ ନିବେଶକଙ୍କ ସହ ୱାନ ଟୁ ୱାନ ଆଲୋଚନା ଓ ଗୋଲ ଟେବୁଲ ବୈଠକ କରିବେ ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ସହ ଅନ୍ୟ ଅଧିକାରୀ ଯୋଗ ଦେବେ । ୨୦୨୯ ସୁଦ୍ଧା ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ବିଶେଷ କରି ଅଟୋମୋବାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ଡାଉନଷ୍ଟ୍ରିମ ମେଟାଲ ସେକ୍ଟର ସହ ଆଲୋଚନା ହେବ ଏଥିସହ ଏମଏସଏମଇ ରେ ବ୍ୟାପକ ନିଯୁକ୍ତିର ସୁଯୋଗ ରହିଥିବାରୁ ଏହା ଉପରେ ମଧ୍ୟ ଅଧିକ ଫୋକସ ରହିବ । ଏଫଡିଆଇ କିମ୍ବା ଡୋମେଷ୍ଟିକ ନିବେଶ କରିବା ଲାଗି ମଧ୍ୟ ସରକାରଙ୍କ ପ୍ରୟାସ ଜାରି ରହିବ। ଏଥିସହ ଶିଳ୍ପ କ୍ଷେତ୍ରରେ ଓଡିଶା କିପରି ଆହୁରି ବିକଶିତ ହୋଇପାରିବ ସେଥିପ୍ରତି ଧ୍ୟାନ ରଖାଯିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |