Explore

Search
Close this search box.

Search

September 17, 2024 1:05 am

Genres

ପଶ୍ଚିମବଙ୍ଗ ବିଧାନସଭାରେ ପାସ୍ ହେଲା ଦୁଷ୍କର୍ମ ବିରୋଧୀ ‘ଅପରାଜିତା ବିଲ୍’

Aparajita bill west bengal

କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ତୀବ୍ର ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର ଦୁଷ୍କର୍ମ ବିରୋଧରେ କଡ଼ା ଆଇନ ଆଣିଥିବା ଦେଖିବାକୁ ମିଳିଛି। ଏହି ବିଲ୍ ଅଧୀନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବାକୁ ନିୟମ ରହିଛି ଚାର୍ଜସିଟ୍ ଦାଖଲ ହେବାର ୨୧ ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବାକୁ ନିୟମ କରାଯାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲ୍‌କୁ “ଐତିହାସିକ” ଏବଂ “ମଡେଲ୍” ବୋଲି କହି ଏହାକୁ ୩୧ ବର୍ଷ ବୟସ୍କା ପୀଡିତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ‘ଅପରାଜିତା ମହିଳା ଏବଂ ଶିଶୁ ବିଲ୍ (ପଶ୍ଚିମବଙ୍ଗର ଅପରାଧିକ ଆଇନ ଏବଂ ସଂଶୋଧନ) ୨୦୨୪’ ରେ ବଳାତ୍କାର ତଥା ଅନ୍ୟ ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଦଣ୍ଡାଦେଶ କରାଯିବ। ଯାହା ଲିଙ୍ଗ ଭିତ୍ତିକ ହିଂସା ବିରୋଧରେ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।

ତେବେ କଣ ସବୁ ରହିଛି ଏହି ବିଲ ରେ ଆସନ୍ତୁ ଜାଣିବା :
* ମହିଳାଙ୍କୁ ନିର୍ଯ୍ୟାତନା ଏବଂ ଦୁଷ୍କର୍ମ ମାମଲାରେ ଦୋଷୀକୁ କଠୋର ଦଣ୍ଡାଦେଶ ଦିଆଯିବ।
* ରାଜ୍ୟରେ ପୋକ୍ସୋ ଆକ୍ଟର ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ।
* ପଶ୍ଚିମବଙ୍ଗର ପ୍ରତି ଜିଲ୍ଲାରେ ଅପରାଜିତା ଟାସ୍କ ଫୋର୍ସ ଗଠନ କରାଯିବ, ଯେଉଁଥିରେ ପ୍ରାଥମିକ ରିପୋର୍ଟର ୨୧ ଦିନ ମଧ୍ୟରେ ଦଣ୍ଡ ମିଳିବ।
* କେବଳ ଦୁଷ୍କର୍ମ ନୁହେଁ, ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମଧ୍ୟ ଏକ ଗୁରୁତର ଅପରାଧ ବୋଲି ବିବେଚନା କରାଯାଇଛି।
* କେହି ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କରନ୍ତି, ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
* ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ସଂଖ୍ୟା ବଢ଼ାଇବାକୁ ଯୋଜନା କରାଯାଇଛି।

ତେବେ ଏହି ବିଲ ପାସ୍ ହେବା ପରେ ଏହା ରାଜ୍ୟପାଳଙ୍କ ନିକଟକୁ ଯିବ। ତାଙ୍କ ପାଖକୁ ଯିବା ପରେ ଏହା ରାଷ୍ଟ୍ରପତିଙ୍କ ନିକଟକୁ ଯିବ ଏବଂ ତାଙ୍କ ଅନୁମୋଦନ ପରେ ଏହା ଐତିହାସିକ ଆଇନରେ ପରିଣତ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score