Explore

Search
Close this search box.

Search

November 22, 2024 5:42 am

Genres

ସେପ୍ଟେମ୍ବର ରୁ ରାଜ୍ୟରେ ଆରମ୍ଭ ହେବ ନିଯୁକ୍ତି ମେଳା: ୪ ମାସରେ ସୃଷ୍ଟି ହେବ ୩୫ ହଜାର ନିଯୁକ୍ତି

Job Vaccancy

ରାଜ୍ୟରେ ନିଯୁକ୍ତି କୁ ନେଇ ସରକାରଙ୍କ ପକ୍ଷରୁ ଆସିଛି ବଡ ଘୋଷଣା। ଆସନ୍ତା ମାସରେ ନିଯୁକ୍ତି ମେଳା ଆୟୋଜନ କରାଯାଇ ନିଯୁକ୍ତିପତ୍ର ବଣ୍ଟନ କରାଯିବାକୁ ନେଇ ନିଷ୍ପତି ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥି ସହ ଖାଲି ପଡ଼ିଥିବା ପଦବିକୁ ପୁରାଣ କରିବାକୁ ନେଇ ନିର୍ଦେଶ ଦେଇଛନ୍ତି ସରକାର। ସେପ୍ଟେମ୍ବର ମାସରେ ନିଯୁକ୍ତି ମେଳାରେ ବିଭିନ୍ନ ବର୍ଗର ୨୨ ହଜାର ପଦବିର ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ସୂଚନା ଥାଉ କି ଏଯାବତ ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୩ ଲକ୍ଷ ୯୯ ହଜାର ୬୬୬ଟି ମୂଳ ପଦବିରୁ ୧ ଲକ୍ଷ ୩୨ ହଜାର ୪୫୯ଟି ପଦବି ପୂରଣ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇସାରିଛି ଏବଂ ଏଥିସହ ୯୨ ହଜାର ୨୦୩ଟି ପଦବି ପୂରଣ ନିମନ୍ତେ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ ଦେଇସାରିଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବା ନେଇ ନିଷ୍ପତି ହୋଇଛି। ପ୍ରଥମ ନିଯୁକ୍ତି ମେଳାରେ ନିକଟରେ ବିଜ୍ଞପ୍ତି ପାଇଥିବା ୧୮ ହଜାର କନିଷ୍ଠ ଶିକ୍ଷକଙ୍କ ସହ ଅନ୍ୟ ବିଭାଗର ମୋଟ ୨୧ ହଜାର ନିଯୁକ୍ତି ପତ୍ର ବଣ୍ଟାଯିବ। ଖାଲି ଥିବା ପଦବୀ ସ୍ଥାନରେ ନିଯୁକ୍ତି ଦେବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ମିଳିଛି। କମିଟିର ଅନୁମୋଦନ ପରେ ପର୍ଯ୍ୟାୟ କ୍ରମେ ନିଯୁକ୍ତି ପତ୍ର ବାଣ୍ଟିବେ ସରକାର।

ସେହିପରି ଖାଲି ପଡ଼ିଥିବା ସମସ୍ତ ମୂଳ ସରକାରୀ ପଦବୀକୁ ପୂରଣ ନିମନ୍ତେ ନିଯୁକ୍ତି ଏଜେନ୍ସୀ ଗୁଡ଼ିକୁ ଆସନ୍ତା ଅକ୍ଟୋବର ସୁଦ୍ଧା ସମସ୍ତ ବିଭାଗ ଦ୍ୱାରା ରିକ୍ୟୁଜିସନ୍ ନିଶ୍ଚିତ ଭାବେ ପଠାଯିବ ଓ ସମ୍ପୃକ୍ତ ନିଯୁକ୍ତି ଏଜେନ୍ସୀ ଗୁଡ଼ିକ ଡିସେମ୍ବର ସୁଦ୍ଧା ଏ ସବୁ ପଦବୀ ନିମନ୍ତେ ବିଜ୍ଞାପନ ଜାରି କରିବେ ବୋଲି ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଆକ୍ସନ ପ୍ଲାନରୁ ଜଣାପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score