Explore

Search
Close this search box.

Search

November 21, 2024 3:45 am

Genres

୨୦୨୭ ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ, ଉପକୃତ ହେବ ରାଜଧାନୀ ବାସିନ୍ଦା

Odisha Metro Train

ଭୁବନେଶ୍ବର: ଭୁବନେଶ୍ବରରେ ଆରମ୍ଭ ହେଲାଣି ମେଟ୍ରୋ ପ୍ରକଳ୍ପ l ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୨୦୨୭ ମସିହା ଡିସେମ୍ବର ମାସ ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମକୁ ଶେଷ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ମେଟ୍ରୋ ଟ୍ରେନ୍‌ ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହି ମେଟ୍ରୋ ଟ୍ରେନ୍‌ର ଉଚ୍ଚତା ଅଧିକ ରହିବ ।

ସେହିପରି ମେଟ୍ରୋ ଟ୍ରେନ୍‌ ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ । ସେଥିପାଇଁ ୩ କୋଚ୍‌ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍‌ କିଣିବାକୁ ଯୋଜନା ହୋଇଛି । ବର୍ତ୍ତମାନ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି । ବିଭିନ୍ନ ସ୍ଥାନରୁ ୫୦/୬୦ ଫୁଟ ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲ୍ୟାବ୍‌ରେ ପରୀକ୍ଷା ହେଉଛି । ଆଗାମୀ ୨ ମାସ ମଧ୍ୟରେ ମାଟି ପରୀକ୍ଷା ସରିବ । ମାଟି ପରୀକ୍ଷା ସରିବା ପରେ ମେଟ୍ରୋ ଟ୍ରେନ୍‌ର ଫାଉଣ୍ଡେସନ୍‌ କାମ ଆରମ୍ଭ ହେବ ।

ସେହିପରି ସଡ଼କ ଯାତ୍ରୀଙ୍କ ଯାତାୟାତ ସୁବିଧା ଲାଗି ଏବେ ଆଗାମୀ ଦୁଇମାସ ମଧ୍ୟରେ ଶିଶୁ ଭବନ ଛକଠାରୁ ରଘୁନାଥପୁର ପର୍ଯ୍ୟନ୍ତ ରାସ୍ତା କାମ ସରିବାର ଯୋଜନା ରହିଛି l

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬୨୫୫ କୋଟି ଟଙ୍କା ଭୁବନେଶ୍ୱରରୁ ବିମାନ ବନ୍ଦର, କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ପଟିଆ ଦେଇ ୨୦ରୁ ଅଧିକ ଷ୍ଟେସନ ନିର୍ମାଣ ହେବ । ୨୬ କିଲୋମିଟର ଭିତରେ ୨୦ଟି ଷ୍ଟେସନ୍ ହେବ । ତ୍ରିଶୁଳିଆ ପରେ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ମେଟ୍ରୋ ଗଡ଼ିବା ନେଇ ସରକାର ସୂଚନା ଦେଇଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score