Explore

Search

December 26, 2024 4:45 am

Genres

୧୭ରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି, ଅଳଙ୍କାରର ହେବ ଗଣତି ମଣତି କାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ବୈଠକ ପରେ ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦିନ ୧ଟାରୁ ସଂଧ୍ୟା ୫/୬ଟା ଯାଏଁ ମରାମତି କାମ ହେବ ।

ଛତିଶା ନିଯୋଗ ବୈଠକ ପରେ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହେବ ମରାମତି କାମ । ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଦର୍ଶନ କରିବେ ଭକ୍ତ । ମରାମତି କାମ ୩ ମାସ ମଧ୍ୟରେ ସାରିବାକୁ ଏଏସଆଇ କହିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ମରାମତି କାମ ହେବ । ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ କରାଯିବ । ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ । ମରାମତି ପାଇଁ ଦୈନିକ ଅତିକମରେ ୫ରୁ ୬ ଘଣ୍ଟା ସମୟ ନିଆଯିବ । ତେବେ ଆଗକୁ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଏବଂ ଘୋଡ଼ଲାଗି ବେଶ ଆଦି ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଥିବାରୁ ମରାମତି ଅବଧି ସମ୍ପର୍କରେ ନିଷ୍ପତ୍ତି ନେବ ଶ୍ରୀମନ୍ଦିର ନୀତି ସବ୍ କମିଟି l ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗର ସୂଚନା ଅନୁଯାୟୀ ପ୍ରଥମେ ଭିତର ରତ୍ନଭଣ୍ଡାର, ପରେ ବାହାର ରତ୍ନଭଣ୍ଡାରର ମରାମତି ହେବ । ଯୋଜନା ଅନୁସାରେ ପ୍ରଥମେ ରତ୍ନଭଣ୍ଡାର କାନ୍ଥରେ ଥିବା ଫାଟ ନିରୀକ୍ଷଣ, ପରେ ଏହାର ଡି-ପ୍ଲାଷ୍ଟରିଂ ଓ କ୍ଲିନିଂ ପରେ ଷ୍ଟୋନ୍ ରିପ୍ଲେସିଂ କରାଯିବ । ଏହା ପରେ ଆରମ୍ଭ ହେବ କୋର୍ କଂଜରଭେସନ କାମ । ପରେ ପଏଣ୍ଟିଂ ଓ ଗ୍ରାଉଟିଂ ଭଳି କାର୍ଯ୍ୟ କରାଯିବ ।

ତେବେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତ ନିଯୋଗ ସହ ସମନ୍ୱୟ ରଖି କାର୍ଯ୍ୟ କରାଯିବା ଉପରେ ଜୋର ଦେଇଛନ୍ତି ବରିଷ୍ଠ ସେବାୟତ । ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଏବେ ଅସ୍ଥାୟୀ ଟ୍ରେଜେରୀରେ ଥିବା ମହାପ୍ରଭୁଙ୍କ ସମସ୍ତ ରତ୍ନ ଅଳଙ୍କାରକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ। ପରେ ସେଠାରେ ଆରମ୍ଭ ହେବ ଗଣତି ମଣତି କାର୍ଯ୍ୟ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score