Explore

Search

March 12, 2025 3:30 am

Genres

୧୧ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

Odia Breaking News

ଓଡିଶା ରାଜ୍ଯ କ୍ୟାବିନେଟ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ମୋହର ବାଜିଛି l ଏଣିକି ଅନ୍ତୋଦୟ ଗୃହ ଯୋଜନାରେ ମିଳିବ ପକ୍କା ଘର l ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ଓ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କୁ ମିଳିବ ଘର ଏବଂ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା l ୩ ବର୍ଷ ମଧ୍ୟରେ ୨ଲକ୍ଷ ୫୦ ହଜାର ଘର ପ୍ରଦାନ କରାଯିବ ଓ ୪ ମାସରେ ଘର କାମ ସରିଲେ ୨୦ ହଜାର ବୋନସ୍ ମିଳିବ l

ସେହିପରି ୩୧୪ଟି ବ୍ଲକରେ ହେବ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ ହେବ l କ୍ରୀଡା ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି l ୧୨-୧୫ ଏକର ଜମିରେ ନିର୍ମାଣ ହେବ ଷ୍ଟାଡିୟମ l ଯେଉଁଠାରେ ଗୋଟିଏ ଛାତ ତଳେ ରହିବ ଫୁଟବଲ, କ୍ରିକେଟ, ଆଥ୍‌ଲେଟ ଖେଳ ସୁବିଧା l ୫ ବର୍ଷରେ ୪୧୨୪ କୋଟି ବ୍ୟୟରେ ହେବ ଷ୍ଟାଡିୟମ l

ଡ୍ୟାମ ଗୁଡିକର ହେବ ପୁନଃବ୍ୟାସ ଓ ଉନ୍ନତିକରଣ l ଡ୍ୟାମ ପାଇଁ ୧୦୬୬ କୋଟି ଖର୍ଚ୍ଚ କରିବେ ସରକାର l ହୀରାକୁଦ ଡ୍ୟାମ ପାଇଁ କାର୍ଯ୍ୟକାରୀ ହେବ ୩ଟି ପ୍ରକଳ୍ପ l ଆସନ୍ତା ୬ ବର୍ଷ ମଧ୍ୟରେ ଶେଷ ହେବ ଡ୍ୟାମ କାମ l ରାଜ୍ୟରେ ଲାଗୁହେବ ଏକିକୃତ ପେନସନ ଯୋଜନା l ଜାତୀୟ ପେନସନ ଯୋଜନାରେ ଥିବା ଅଧିକାରୀ ଏହି ଯୋଜନା ଦ୍ୱାରା ପେନସନ୍ ପାଇବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score