Explore

Search
Close this search box.

Search

September 19, 2024 6:52 am

Genres

ସୁଭଦ୍ରା ଯୋଜନା ଫର୍ମ ଦାଖଲ ର ସମ୍ପୂର୍ଣ ବିବରଣୀ: ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆବେଦନ

subhadra yojana in odisha

ସୁଭଦ୍ରା ଯୋଜନାରେ ସାମିଲ ହେବା ଲାଗି ବୁଧବାର ଦିନଠାରୁ ଆରମ୍ଭ ହୋଇଛି ଫର୍ମ ସଂଗ୍ରହ କାର୍ଯ୍ୟକ୍ରମ। ଗାଁ ଗାଁରେ ଆବେଦନ ଫର୍ମ ବଣ୍ଟା ଚାଲିଛି। ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହେବା ଯାଏଁ ଚିହ୍ନଟ ପ୍ରକ୍ରିୟା ଚାଲୁ ରହିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ଏଥି ସହ ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଏ ନେଇ ଆରମ୍ଭ ହୋଇଯାଇଛି ଆବେଦନ ପ୍ରକ୍ରିୟା ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ବିବରଣୀ କିପରି ଏବଂ କେଉଁଠି କରିପାରିବେ ଆବେଦନ।

ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ।

କେଉଁ ମାଧ୍ୟମରେ କରିପାରିବେ ଆବେଦନ ?

* ମୋ ସେବା, ଜନସେବା କେନ୍ଦ୍ରରେ ଫର୍ମ ଦାଖଲ କରିପାରିବେ ହିତାଧିକାରୀ
* ଜିଲ୍ଲାପାଳଙ୍କ ଅନୁସାରେ ଚିହ୍ନଟ ହୋଇଥିବା ସ୍ଥାନରେ କରିପାରିବେ
* ସୁଭଦ୍ରା ପାଇଁ www.subhadra.odisha.gov.in ପୋର୍ଟାଲ ରହିଛି
* କୌଣସି ଅସୁବିଧା ହେଲେ ଟୋଲ ଫ୍ରି ନମ୍ବର ୧୪୬୭୮ରେ ଯୋଗଯୋଗ କରିପାରିବେ
* ଏହା ସକାଳ 6ଟାରୁ ରାତି 10ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ

କିପରି କରିବେ ଅନଲାଇନ ଆପ୍ଲାଏ?

* ସୁଭଦ୍ରା ଯୋଜନାର ଅନଲାଇନ ମାଧ୍ୟମରେ ଆବେଦନର ପ୍ରକ୍ରିୟା ବହୁତ ସହଜ ରହିଛି। ଓଡ଼ିଶା ସରକାରଙ୍କ ଅଫିସିଆଲ୍ ୱେବସାଇଟ ମାଧ୍ୟମରେ ଆପଣ ଏହି ଯୋଜନାରେ ଆବେଦନ କରିପାରିବେ
* ଆବେଦନକରି ଏକ ମୁଦ୍ରିତ ଫର୍ମ ପୁରଣକରି ଅଫଲାଇନ୍ ତଥା ସୁଭଦ୍ରା ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରି ପାରିବେ।
* ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନୱାଡି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ ତଥା ULB କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ଯାହା ଆପଣ ବିନା ଖର୍ଚ୍ଚରେ ପାଇ ପାରିବେ।
* ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର (MSK) / ସାଧାରଣ ସେବା କେନ୍ଦ୍ର (CSC) ରେ ଦାଖଲ କରିବେ। ଏବଂ ସେହି କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ।
* ଆବେଦନକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଫର୍ମ ଏବଂ ଆଧାରରେ କୌଣସି ଅସଙ୍ଗତି ଥିଲେ, ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ।

ଏଥିସହ ଯଦି ଆପଣ ଓଡ଼ିଶା ସୁଭଦ୍ରା ଯୋଜନାରେ ଆବେଦନ କରି ସାରିଛନ୍ତି ଏବଂ ସୁଭଦ୍ରା ଯୋଜନା ଏପ୍ଲିକେସନ୍ ଷ୍ଟାଟସ୍ ଜାଣିବା ପାଇଁ ଚାହୁଛନ୍ତି ତେବେ ଆପଣ ବହୁତ ସହଜରେ ନିଜ ଘରେ ବସି ନିଜ ମୋବାଇଲ ମାଧ୍ୟମରେ ଏହି ଷ୍ଟାଟସ୍ ଚେକ୍ କରି ପାରିବେ। ବହୁତ୍ ଶୀଘ୍ର ସରକାରଙ୍କ ତରଫରୁ ଷ୍ଟାଟସ୍ ଚେକ୍ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସୂଚନା ରହିଛି। ଏବଂ ଏଥି ସହିତ ଯୋଜନା ସମ୍ବଧୀୟ ଯେ କୌଣସି ତଥ୍ୟ ଏବଂ ଅଭିଯୋଗ ପାଇଁ ସୁଭଦ୍ରା ଯୋଜନା ହେଲ୍ପଲାଇନ ନମ୍ବର ୧୪୬୭୮ ରେ ମଧ୍ୟ ସମ୍ପର୍କ କରିପାରିବେ ନେଇ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score