Explore

Search

March 12, 2026 10:31 am

ସହରାଞ୍ଚଳରେ ଓଲା ଏବଂ ଉବରର ବିକଳ୍ପ ହେବ – ଓଡିଶା ଯାତ୍ରୀ ଆପ୍

Odisha Yatri App

ଭୁବନେଶ୍ୱର: ରାଜ୍ୟରେ ସହରାଞ୍ଚଳ ଲୋକମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଖୁବ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ଓଡିଶା ଯାତ୍ରୀ ଆପ୍ଓଲା ଏବଂ ଉବର ଭଳି ବେସରକାରୀ ଅପରେଟରମାନଙ୍କୁ ଉନ୍ନତ ତଥା ସୁଲଭ ମୂଲ୍ୟରେ ବିକଳ୍ପ ସେବା ତଥା ସହରାଞ୍ଚଳର ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଖୁବ୍ ଶୀଘ୍ର ନିଜର ଏକ ଅନଲାଇନ୍ ପ୍ଲାଟଫର୍ମ ଓଡିଶା ଯାତ୍ରୀ ଆରମ୍ଭ କରିବାକୁ ଯାଉଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ଏହି ଆପ୍ ଏସି, ଅଣ ଏସି, ଏସି ମିନିକ୍ୟାବ୍, ସେଡାନ୍ ଏବଂ ଏକ୍ସଏଲ୍ କ୍ୟାବ୍ ସେବା ପ୍ରଦାନ କରିବ ଏବଂ ପର୍ଯ୍ୟାୟକ୍ରମେ ଏହା ଆନ୍ତଃ ସହର ଯାତ୍ରା ସେବା ପ୍ରଦାନ କରିବ l ଏଥି ନିମନ୍ତେ ଓପନ୍ ନେଟୱାର୍କ ଡିଜିଟାଲ କମର୍ସ ଦ୍ୱାରା ପରିଚାଳିତ ହେବ l

ଗୃହ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ସଚିବ ଉଷା ପାଢ଼ୀ କହିଛନ୍ତି ଯେ “ଓଡ଼ିଶା ଯାତ୍ରୀ ଏକ ଶୂନ କମିଶନ ମଡେଲରେ କାର୍ଯ୍ୟ କରିବ, ମଧ୍ୟସ୍ଥିମାନଙ୍କୁ ହଟାଇବ । ଏହି ଯାତ୍ରୀ ଆପ୍ ମାଧ୍ୟମରେ ଡ୍ରାଇଭରମାନଙ୍କୁ ସିଧାସଳଖ ଦେୟ ନିଶ୍ଚିତ କରିବା ବ୍ୟତୀତ ଏଥିରେ ସ୍ୱଚ୍ଛତା ବୃଦ୍ଧି କରିବ ଏବଂ ଯାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ନିରାପଦ ସେବାଗୁଡିକ ପ୍ରଦାନ କରିବ ।

ଅଧିକାରୀମାନେ କହିଛନ୍ତି ଯେ ଏହି ପ୍ଲାଟଫର୍ମର ମୂଳ ଉଦ୍ଦେଶ୍ୟ ହେଉଛି ଏକ ସନ୍ତୁଳିତ ଇକୋସିଷ୍ଟମ ସୃଷ୍ଟି କରିବା ଯେଉଁଠାରେ ଗ୍ରାହକମାନେ କମ୍ ପେମେଣ୍ଟ କରି ନିରାପଦ ଯାତ୍ରା କରିବା ସହିତ ଡ୍ରାଇଭରମାନେ ଅଧିକ ରୋଜଗାର କରିପାରିବେ । ଏହି ନୂତନ ପଦକ୍ଷେପକୁ ସଫଳ ରୂପାୟନ ପାଇଁ ଗୁରୁବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପରିବହନ କମିଶନର ଅମିତାଭ ଠାକୁର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ବାଣିଜ୍ୟ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score