ମହିଳା ମାନଙ୍କ ସୁରକ୍ଷା ଦିଗରେ ଉଚ୍ଚଶିକ୍ଷା ବିଭାଗ ନେଇଛି ଏକ ବଡ ପଦକ୍ଷପ। ରାଜ୍ୟର ସବୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଯୌନ ନିର୍ଯାତନା କିମ୍ବା ଅନ୍ୟ କୌଣସି ଅପ୍ରିତିକର ସ୍ଥିତିର ସମ୍ମୁଖୀନ ହେଲେ ଛାତ୍ରଛାତ୍ରୀ କିମ୍ବା ମହିଳା କର୍ମଜୀବୀଙ୍କ କ୍ଷେତ୍ରରେ ଅଭିଯୋଗ ଜଣାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ସେପରି କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ। ଏନେଇ ଆକ୍ସନ ମୋଡକୁ ଆସିଛି ଉଚ୍ଚଶିକ୍ଷା ବିଭାଗ। ଚଳିତ ମାସ (ସେପ୍ଟେମ୍ବର) ୩୦ ତାରିଖ ସୁଧା ସମସ୍ତ କଲେଜ, ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ସମସ୍ତ ସରକାରୀ, ଘରୋଇ, ବିଶ୍ବବିଦ୍ୟାଳୟ ଅଧକ୍ଷ, କୁଳପତି, ସମସ୍ତ ସରକାରୀ, ବେସରସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷ ଏବଂ ସମସ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି। ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀ ଏବଂ କର୍ମଚାରୀଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟସ୍ଥଳରେ ମହିଳାଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଦେବାକୁ ନେଇ ତତ୍ପରତା ପ୍ରକାଶ ପାଇଛି।
ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୧୬ ବିଶ୍ଵବିଦ୍ୟାଳୟ ସମେତ ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନୂଆ କମିଟି ଗଠନ ହେବା ସହ ଯେଉଁ କଲେଜରେ କମିଟି ରହିଛି ତାହା ପୁନର୍ବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚଳିତ ମାସ ୩୦ ତାରିଖ ସୁଦ୍ଧା ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ମହିଳା ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟର ଅଧକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅଧ୍ୟାପକ କିମ୍ବା ମହିଳା କର୍ମଚାରୀ ନୁହନ୍ତି, ଏପରିକି ଛାତ୍ରଛାତ୍ରୀ ମଧ୍ୟ ଆବଶ୍ୟକ ସ୍ଥଳେ ଏହି କମିଟିରେ ଅଭିଯୋଗ କରିପାରିବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |