Explore

Search

December 3, 2025 2:05 am

ରିଲାଏନ୍ସ ସହ ଯୋଡି ହେଲା ଡିଜ୍‌ନି

reliance and disney merger

ମୁମ୍ବାଇ: ବହୁ ପ୍ରତୀକ୍ଷିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୱାର୍ଲ୍ଡ ଡିଜ୍‌ନିର ମିଶ୍ରଣ କାର୍ଯ୍ୟ ସମାପ୍ତ ହୋଇଛି। ଉଭୟ କମ୍ପାନୀ ନିଜ ନିଜର ମିଡିଆ ସମ୍ପତ୍ତିକୁ ମିଶ୍ରଣ କରି ୭୦ ହଜାର ୩୫୨ କୋଟି ଟଙ୍କା ମୂଲ୍ୟର ଏକ ବୃହତ୍ ଭେଞ୍ଚର କମ୍ପାନୀ ଗଠନ କରିଛନ୍ତି। ଏହି କାରବାରରେ ରିଲାଏନ୍ସ ମୋଟ ୧୧,୫୦୦ କୋଟି ଟଙ୍କାର ନିବେଶ କରିଥିବା ବେଳେ ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ ନୀତା ଅମ୍ବାନୀ ଏହି ଜଏଣ୍ଟ ଭେଞ୍ଚର କମ୍ପାନୀର ଚେୟାରମ୍ୟାନ ଦାୟିତ୍ଵ ତୁଲାଇବେ । ସେହିପରି ଏହି କମ୍ପାନୀରେ ୩ ଜଣ ସିଇଓ ରହିବେ। ସମସ୍ତ ପ୍ଲାଟଫର୍ମରେ କେଭିନ୍‌ ଭାଜ୍ ମନୋରଞ୍ଜନ ସଙ୍ଗଠନଗୁଡ଼ିକର ନେତୃତ୍ଵ ନେବେ। ମିଳିତ ଡିଜିଟାଲ ସଙ୍ଗଠନର ଦାୟିତ୍ଵ କିରଣ ମଣି ସମ୍ଭାଳିବେ ଓ ସଂଯୋଗ ଗୁପ୍ତା ମିଳିତ କ୍ରୀଡ଼ା ସଙ୍ଗଠନର ନେତୃତ୍ୱ ନେବେ। ଗତବର୍ଷ ନଭେମ୍ବରରେ ଏହି ଆର୍ଥିକ ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଥିଲା, ଯାହାର ଚୁଡାନ୍ତ ପ୍ରକ୍ରିୟା ଗୁରୁବାର ସମ୍ପୂର୍ଣ୍ଣ ହୋଇଛି। ଏହି ମିଳିତ ଭେଞ୍ଚର କମ୍ପାନୀରେ ରିଲାଏନ୍ସ ନିକଟରେ ୬୩.୧୬ ଏବଂ ୱାଲ୍ଡ ଡିଜ୍‌ନି ନିକଟରେ ୩୬.୮୪%ର ଶେୟାର ରହିଛି । ରିଲାଏନ୍ସର ଶେୟାର ମଧ୍ୟରୁ ‘ଆର୍‌ଆଇଏଲ୍’ର ୧୬.୩୪% ଓ ୪୬.୮୨% ‘ଭିଆକମ୧୮’ ର ଶେୟାର ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score