ଓଡ଼ିଶାରେ ଖୁବଶୀଘ୍ର ଏକକାଳୀନ ଚାଲିବ ଦୁଇଗୋଟି ଯୋଜନା l ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି l ମିଳିତ ଭାବେ କାର୍ଯ୍ୟକାରୀ ହେବ ୨ ଯୋଜନା l ଯାହା ହେଉଛି ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା l ପୁଅ ଜନ୍ମକ୍ଷେତ୍ରରେ ମିଳିବ ୧୦ ହଜାର ଟଙ୍କା ଓ ଝିଅ ଜନ୍ମ ହେଲେ ପ୍ରସୂତିଙ୍କୁ ମିଳିବ ୧୨ ହଜାର ଟଙ୍କା l
ସୂଚନା ଅନୁଯାୟୀ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଦିଆଯାଉଥିଲା l ସର୍ବାଧିକ ୨ଟି ସନ୍ତାନ ଜନ୍ମ କ୍ଷେତ୍ରରେ ମିଳିବ ସହାୟତା l
ଦୁର୍ବଳ ଓ ଅନଗ୍ରସର ଜନଜାତିଙ୍କ ପାଇଁ ଲାଗିବନି କଟକଣା l ଏହି ଯୋଜନାରେ ଓଡିଶାର ସାଢ଼େ ୪ ଲକ୍ଷ ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବେ l ସହାୟକ ଅଙ୍ଗନବାଡ଼ି କର୍ମୀଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ମିଳିବ । ଅଙ୍ଗନବାଡ଼ି ସହାୟକଙ୍କୁ ୫୦ ଟଙ୍କା ବଦଳରେ ୧୫୦ ଟଙ୍କା ମିଳିବ l ଯୋଜନାରେ ବାର୍ଷିକ ଖର୍ଚ୍ଚ ହେବ ୫୧୧ କୋଟି ଟଙ୍କା l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |