Explore

Search

February 5, 2025 1:19 pm

Genres

ମୟୁରଭଞ୍ଜ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , ନିଜ ଗ୍ରାମକୁ ଯାଇ ବିଦ୍ୟାର୍ଥୀଙ୍କ ସହ କରିବେ ଭାବବିନିମୟ

president draupadi murmu

ବାରିପଦା: ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାରରୁ ଦୁଇଦିନିଆ ନିଜ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲେଇକୁଣ୍ଡା ବାୟୁସେନା ବିମାନ ଘାଟିରୁ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଜିଲା କୁସୁମୀ ବ୍ଲକର ରଙ୍ଗାମାଟିଆ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ ସଡ଼କପଥରେ ନିଜ ଗ୍ରାମ ଉପରବେଡ଼ା ଯାଇ ଗ୍ରାମବାସୀ ତଥା ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ପରେ ରାତିରେ ନିଜ ବାସଭବନରେ ବିଶ୍ରାମ ନେବେ। ପରଦିନ ଅର୍ଥାତ ଶନିବାର ପୂର୍ବାହ୍ନ ୧୧ଟା ୦୫ ରେ ବାଙ୍ଗିରିପୋଷି ରେଳଷ୍ଟେସନ ଠାରେ ୩ଟି ନୂତନ ରେଳପଥ ବାଙ୍ଗିରିପୋଷି- ଗୋରୁମହିଷାଣି, ବୁଢାମରା-ଚାକୁଳିଆ ଏବଂ ବାଦାମପାହାଡ-କେନ୍ଦୁଝରଗଡ଼ ଭିଭିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି। ୨୦୨୩ରେ ଏହି ୩ଟି ଯାକ ରେଳପଥ ପାଇଁ ଅନୁମୋଦନ ସହିତ ମୋଟ ୫୬୦୪.୩୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେହିପରି ରାଷ୍ଟ୍ରପତି ଭିଡିଓ କନଫରେନ୍ସ ମାଧ୍ୟମରେ ରାଇରଙ୍ଗପୁରର ଜନଜାତି ଗବେଷଣା ବିକାଶ କେନ୍ଦ୍ର, ଦାଣ୍ଡବୋଷ ବିମାନ ବନ୍ଦର ଏବଂ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ଭିଭିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ପ୍ରମୁଖଙ୍କ ସମେତ କେନ୍ଦ୍ର ରେଳ ମନ୍ତ୍ରଣାଳୟର ବହୁ ଉଚ୍ଚସ୍ତରୀୟ ଅଧିକାରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score