ଗତକାଲି ରାଜଧାନୀ ଭୁବନେଶ୍ୱର ରୁ ସନ୍ଦେହଜନକ ସିମ୍ ବକ୍ସ ଜବତ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।। ତେବେ ଏହି ଘଟଣାକୁ କୁ ନେଇ ସନ୍ଦେହ ଲାଗିରହିଥିବା ବେଳେ ଆସିଛି କମିଶନରଟେ ପୁଲିସ ର ବଡ ଖୁଲାସା। କମିଶନର ସଞ୍ଜୀବ ପଣ୍ଡା ସିମ୍ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ କରିଛନ୍ତି। ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶୁକ୍ରବାର ଜବତ ହୋଇଥିବା ଏହି ସିମ୍ ବକ୍ସ ଦ୍ୱାରା ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍ କରିବାକୁ ବ୍ୟବହୃତ ହେଉଥିଲା । ସାଇବର ଠକେଇ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ଏହା ବ୍ୟବହୃତ ହୁଏ। ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ ।
ତେବେ ଏହି ସିମ୍ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚିଥିବା ସୂଚନା ରହିଛି। ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଜରିଆରେ ବାଂଲାଦେଶର ଆଶାଦୂର ଜମାନ ହିଁ ଏହାକୁ ଅପରେଟ କରୁଥିଲେ। ତେବେ ସୂଚନା ଥାଉ କି ସର୍ବମୋଟ ୫ଟି ଅପରେସନାଲ ସିମ୍ ବକ୍ସ ମିଳିଛି, ସେଥିରୁ ୨୫୫ଟି ସକ୍ରିୟ ରହିଛି । ପ୍ରାୟ ୧ ହଜାର ସିମ୍ ମିଳିଛି । ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ମଧ୍ୟ ରହିଛି।
ସୂଚନା ଅନୁସାରେ ସିମବକ୍ସର ବ୍ୟବହାର ଆତଙ୍କବାଦୀମାନେ ହିଁ କରିଥାନ୍ତି। ତେଣୁ ଓଡିଶା କୁ ରହିଛି କି ବିପଦ ଏହାକୁ ନେଇ ଚିନ୍ତାରେ କମିଶନରଟେ ପୁଲିସ ? ଅଭିଯୁକ୍ତ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିସନରେଟ ପୁଲିସ ଏବଂ ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସାହାଯ୍ୟରେ ଉଚିତ ପଦକ୍ଷପ ନିଆଯିବ ବୋଲି କହିଛନ୍ତି କମିଶନରଟେ ପୋଲିସ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |