Explore

Search

May 17, 2025 2:44 am

Genres

ବଲୁଚିସ୍ତାନରୁ ପାକିସ୍ତାନକୁ ବିରୋଧରେ, ଚିନ୍ତାରେ ପାକ୍

ପାକିସ୍ତାନକୁ ପୁଣି ଲାଗିଲା ଝଟକା l ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରିଛନ୍ତି ବଲୁଚିସ୍ତାନ ବିଦ୍ରୋହୀ । ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ୫୧ଟି ସ୍ଥାନରେ ୭୧ ଥର ଆକ୍ରମଣ କରି ଆତଙ୍କ ଖେଳାଇ ଦେଇଛନ୍ତି ବଲୁଚିସ୍ତାନ ଲିବରେସନ ଆର୍ମି । ଆକ୍ରମଣ ସଂପର୍କରେ ବିଏଲଏ ପକ୍ଷରୁ ଏକ ପ୍ରେସ ରିଲିଜ୍ ମଧ୍ୟ ଜାରି କରାଯାଇଛି । ବିଗତ ସପ୍ତାହ ଧରି ବିଏଲଏ ଚଳାଇଥିବା ଏହି ଅପରେସନର ନାଁ ରଖାଯାଇଛି ‘ଅପରେସନ ହେରଫ୍’ ।ଘେରାବନ୍ଦୀରେ ପାକିସ୍ତାନ । ଗୋଟିଏ ପଟେ ଭାରତ, ଆରପଟେ ବଲୁଚିସ୍ତାନ । ଯଦିଓ ଭାରତ ଅପରେସନ ସିନ୍ଦୂରକୁ ସ୍ଥଗିତ ରଖିଛି, କିନ୍ତୁ ପାକିସ୍ତାନକୁ ଭାରତ ଚେତାଇ ଦେଇଛି ଯେ କୌଣସି ସମୟରେ ପାକିସ୍ତାନ ଯଦି ଆତଙ୍କୀ ଆକ୍ରମଣ କରେ, ତେବେ ତାର କଠୋର ଜବାବ ଦିଆଯିବ ।ବିଏଲଏ ଚେତାଇ ଦେଇଛି ଯେ ପାକିସ୍ତାନ ଚଳାଇଥିବା ଆତଙ୍କବାଦକୁ ଯଦି ଅଣଦେଖା କରାଯାଏ, ତେବେ ଦକ୍ଷିଣ ଏସିଆର ସୀମାନ୍ତ ଅଶାନ୍ତ ହୋଇଯିବ । ତେଣୁ ଏହା ହିଁ ପ୍ରକୃ୍ଷ୍ଟ ସମୟ ପାକିସ୍ତାନ ବିରୋଧରେ ଭାରତ ଏବଂ ଅନ୍ତର୍ଜାତୀୟ ସମୁଦାୟ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦରକାର । ଯଦି ଏଭଳି ନ ହୁଏ, ତେବେ ପାକିସ୍ତାନ ଦ୍ବାରା ପ୍ରୋତ୍ସାହିତ ଆତଙ୍କବାଦୀମାନେ ଅଧିକରୁ ଅଧିକ ରକ୍ତପାତ ଘଟାଇ ଚାଲିବେ ।ବଲୁଚିସ୍ତାନର କେଚ୍, ପଞ୍ଜଗୁର, ମସ୍ତଙ୍ଗ, କ୍ବେତା, ଜମୁରାନ, ତୋଲାଙ୍ଗି, କୁଲୁକି, ନୁସକି ଭଳି ପ୍ରମୁଖ ସ୍ଥାନରେ ଆକ୍ରମଣ କରିଛନ୍ତି ବଲୁଚ ବିଦ୍ରୋହୀ । କେବଳ ପାକିସ୍ତାନର ସେନା କି ଗୁଇନ୍ଦା ଠିକଣା ଉପରେ ନୁହେଁ, ସ୍ଥାନୀୟ ପୋଲିସ ଷ୍ଟେସନ, ଖଣିଜ ପରିବହନକାରୀ ଯାନ, ଜାତୀୟ ରାଜପଥର ପ୍ରମୁଖ ନିର୍ମାଣ ଉପରେ ଆକ୍ରମଣ କରିଛି ଏହି ବିରୋଧୀ ସେନା। ପାକିସ୍ତାନୀ ସେନା ବାହିନୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ ପାଇଁ ବଲୁଚି ବିଦ୍ରୋହୀମାନେ ଆମ୍ବୁସ୍ ରଚିବା ସହ ଆଇଇଡି ବିସ୍ଫୋରକ ଏବଂ ସ୍ନିପର ଫାୟାର ବ୍ୟବହାର କରିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score