କଟକ: ଚଳଚଞ୍ଚଳ ହେଲାଣି ରୌପ୍ୟ ନଗରୀ l ବାଲିଯାତ୍ରା ପଡିଆରେ ଷ୍ଟଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ମଞ୍ଚ ପ୍ରସ୍ତୁତି ଜୋରଦାର୍ ଚାଲିଛି l
ଶୀତୁଆ ସଞ୍ଜରେ ବାଲିଯାତ୍ରାକୁ ଉପଭୋଗ କରିବା ସହିତ କଣ୍ଠଶିଳ୍ପୀଙ୍କ ଗୀତରେ ନାଚିବେ ଦର୍ଶକ l ଚଳିତଥର ବାଲିଯାତ୍ରାକୁ ଆହୁରି ଆକର୍ଷଣ କରିବ ବଲିଉଡ କଣ୍ଠଶିଳ୍ପୀଙ୍କ ସ୍ଵର l ହିନ୍ଦୀ ସିନେମା ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ସୋନୁ ନିଗମ, ପଦ୍ମଶ୍ରୀ ଅନୁପ ଜଲୋଟା , ପଦ୍ମଶ୍ରୀ ସୁରେଶ୍ ୱାର୍ଡକର ସଙ୍ଗୀତ ପରିବେଷଣ କରିବାକୁ ଥିବା ବେଳେ ରାପର ବିଗ୍ ଡିଲ୍, ହମ୍ ସୁଫି ବ୍ୟାଣ୍ଡ ଭଳି ଗ୍ରୁପ କାର୍ଯ୍ୟକ୍ରମ କରିବେ l କେବଳ ସେତିକି ନୁହେଁ ପଙ୍କଜ ଜାଲ, ଅସୀମା ପଣ୍ଡା, କୁଲଦୀପ ପଟ୍ଟନାୟକ, ଶଶାଙ୍କ ଶେଖର, କୁମାର ବାପି, ଟି.ସୌରୀ , ମଣ୍ଟୁ ଛୁରିଆ ଓ ଦୀପ୍ତି ରେଖାଙ୍କ ପରି ଓଡ଼ିଆ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ଗୀତରେ ମତୁଆଲା ହେବେ ଦର୍ଶକ l ତେବେ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରୁଥିବାର ସୂଚନା ମିଳିଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |