ଭୁବନେଶ୍ବର: ଆଗାମୀ ଦିନର ପାଣିପାଗକୁ ନେଇ ଆସିଛି ସୂଚନା l ଚାଷୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ତିନି ଦିନରେ ପାଗ ବଦଳିବା ସହିତ କିଛି ଜିଲ୍ଲାରେ ହୋଇପାରେ ହାଲୁକା ବର୍ଷା । ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ବର୍ଷା ସାଙ୍ଗକୁ କୋହଲା ପାଗ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯଦି ଫସଲ ଅମଳ କରିବାକୁ ଅଛି କିମ୍ବା ଜମିରୁ ଆଣିବାକୁ ଅଛି ତେବେ ତୁରନ୍ତ ଆଣିବାକୁ ପରାମର୍ଶ ଦିଆଯାଇଛି । କାରଣ ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆଉ ଚାଷ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଏଭଳି ପରାମର୍ଶ ଦିଆଯାଇଛି ।ବଙ୍ଗୋପସାଗରରେ ଏବେ ଲଘୁଚାପ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ କିଛି ମାତ୍ରାରେ ପଡିବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ ବୁଧବାରଠାରୁ ରାଜ୍ୟରେ କୋହଲା ପାଗ ହେବ । ଏହା ପରେ ବଢିବ ବର୍ଷାର ପରିମାଣ ।ଆସନ୍ତାକାଲି ଅର୍ଥାତ ବୁଧବାର ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |