Explore

Search

August 2, 2025 5:30 pm

Genres

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ

ଆସନ୍ତା ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି l ଏହି ଅବସରରେ ଲଗାଯିବ ୭୫ ଲକ୍ଷ ଗଛ l ସୂଚନା ଅନୁଯାୟୀ ସେପ୍ଟେମ୍ବର ୧୭ ତାରିଖରେ ମୋଦିଙ୍କ ଜନ୍ମଦିନରେ ଲଗାଯିବ ୭୫ ଲକ୍ଷ ଗଛ l ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗାଇ ଓଡ଼ିଶାବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଦିଆଯିବ ଉପହାର ବୋଲି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଜୁନ୍ ୫ରୁ ସେପ୍ଟେମ୍ବର ୩୦ ଯାଏଁ ଏକ୍‌ ପେଡ୍‌ ମା’କେ ନାମ୍‌ର ୨ୟ ସଂସ୍କରଣ ଓ ଦ୍ବିତୀୟ ସଂସ୍କରଣରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି l ଓଡ଼ିଶା ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ପାଇଛି l ଯାହାଦ୍ୱାରା ଓଡ଼ିଶାରେ ଏକ ସବୁଜ ବଳୟ ସୃଷ୍ଟି ହୋଇଅଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score