Explore

Search

April 2, 2025 3:13 am

Genres

ପ୍ରତି ପଞ୍ଚାୟତରେ ସୁଭଦ୍ରାକୁ ନେଇ ଚାଲିଛି ପଲ୍ଲୀସଭା ଓ ସୁଭଦ୍ରା ସଚେତନତା ଶୋଭାଯାତ୍ରା

ପ୍ରତି ପଞ୍ଚାୟତରେ ସୁଭଦ୍ରାକୁ ନେଇ ଚାଲିଛି ପଲ୍ଲୀସଭା ଓ ସୁଭଦ୍ରା ସଚେତନତା ଶୋଭାଯାତ୍ରା

ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ଯବହିତ ଅବସରରେ ରାଜ୍ୟରେ ଗ୍ରାମଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି l ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ, ବ୍ଲକ ଉନ୍ନୟନ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହିଳା ମାନେ ସୁଭଦ୍ରା ସଚେତନତା ଶୋଭାଯାତ୍ରା ରେ ସାମିଲ ହେଉଛନ୍ତି l ଏହି ଶୋଭାଯାତ୍ରାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ମାନେ ସାମିଲ ହୋଇଥିବା ଘରେଘରେ ସୁଭଦ୍ରା ଯୋଜନାର ବାର୍ତ୍ତା ପହଞ୍ଚୁଛନ୍ତି l କେବଳ ସେତିକି ନୁହେଁ ଗ୍ରାମ ମାନଙ୍କରେ ଗ୍ରାମସଭା, ପ୍ରତିଯୋଗିତା କରାଯାଇ ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତାକୁ ଶୋଭାଯାତ୍ରା ଦ୍ଵାରା ପ୍ରଚାର ପ୍ରସାର କରାଯାଉଛି l ଏହା ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ରାଲି ଚାଲିବ ।

ସୂଚନାନୁଯାୟୀ ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି ।ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ସଭାର ମଧ୍ୟ ଆୟୋଜନ କରାଯିବ । ଏହି ପରିପ୍ରେକ୍ଷୀରେ ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଆଜି ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଛନ୍ତି । ଠିକ୍ ସେହିପରି ୮ ତାରିଖ ମହିଳା ଦିବସ ଅବସରରେ ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଦ୍ବିତୀୟ କିସ୍ତି ଟଙ୍କା ଯିବ। ମାତ୍ର ତିନି ଦିନ ଭିତରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧୦ ହଜାର ଟଙ୍କା । ନୂଆ ଆବେଦନକାରୀଙ୍କ ଲାଗି ମାର୍ଚ୍ଚ ୩୧ ଶେଷ ତାରିଖ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score