Explore

Search

December 4, 2025 4:43 am

ପୁରୀରେ ନିଜର ଶକ୍ତି ପ୍ରଦର୍ଶନ କରିଲେ ନୌସେନା

Indian navy day 2024 at puri

ଭାରତ: ରାଜ୍ୟ ରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଯାଇଛି ରାଷ୍ଟ୍ରୀୟ ନୌସେନା ଦିବସ l ଜନସମୂଦ୍ରରେ ପରିଣତ ହୋଇଛି ପୁରୀ ବ୍ଲୁ ଫ୍ଳାଗ୍ ବିଚ୍ l ଏହି ଅବସରରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ରଘୁବର ଦାସ, ମୁଖ୍ଯମନ୍ତ୍ରୀ ଓ ସମସ୍ତ ବିଧାୟକମାନେ ନୌସେନାର ପରିକ୍ରମା ଦେଖିଥିଲେ l ସମଗ୍ର ବିଶ୍ଵ ଆଜି ଗଣମାଧ୍ୟମ ଜରିଆରେ ବିଶ୍ବ ଦେଖୁଛି ଭାରତୀୟ ନୌସେନାର ପରାକ୍ରମ। ପୁରୀରେ ଶକ୍ତି ଦେଖାଇଛନ୍ତି ମିଗ୍‌-୨୯କେ ବିମାନ। ଯୁଦ୍ଧ ଜାହାଜରୁ ଆଣ୍ଟି ସବମରିନ ରକେଟ୍‌ ଫାୟାର କରାଯାଇଛି। ସମୁଦ୍ରରେ ବୋମାବର୍ଷାର ଦୃଶ୍ୟ ଦେଖିବାକୁ ମିଳିଛି। ଆକାଶରେ ଏକାଠି ଉଡ଼ିଛନ୍ତି ନୌସେନାର ବିଭିନ୍ନ ଯୁଦ୍ଧ ବିମାନ।

ଆତଙ୍କ ର ମୁକାବିଲା କରିବା ପାଇଁ ହ୍ଵାଇଟ୍ ଟାଇଗର ବା ମିଗ ୨୯କେ ବିମାନ , ୧୫ ଜାହାଜ, ଗୋଟିଏ ବୁଡାଜାହାଜ, ୩୭ ଏୟାରକ୍ରାଫ୍ଟ ର ପ୍ରଦର୍ଶନ କରାଯାଇଥିଲା l ଏଥିସହିତ ନୌସେନାର କମାଣ୍ଡୋଙ୍କ ଚିତ୍ତାକର୍ଷକ ପରେଡ୍ ଓ ରଣକୌଶଳ ଦେଖିବାକୁ ମିଳିଥିଲା l ଶ୍ରୀମତୀ ମୁର୍ମୁ ଓଡ଼ିଶାରେ ନୌସେନା ଦିବସ ପାଳନ ଅବସରରେ ଆନନ୍ଦ ଅନୁଭବ କରିବା ସହିତ ନୌସେନାର ମହିଳାଙ୍କ ଯୋଗଦାନ, ଅଗ୍ନି ବୀରଙ୍କ ଅବଦାନ ଏବଂ ଦେଶରେ ନୌସେନାର ଅବିରତ ସେବା ପ୍ରଦାନକୁ ନିଜର ବକ୍ତବ୍ୟ ଜରିଆରେ ପ୍ରକାଶ କରିଥିଲେ ରାଷ୍ଟ୍ରପତି ମହୋଦୟା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score