Explore

Search
Close this search box.

Search

September 17, 2024 1:12 am

Genres

ପଶ୍ଚିମ ଓଡିଶାକୁ କେନ୍ଦ୍ର କ୍ୟାବିନେଟର ଭେଟି: ମିଳିଲା ଦୁଇଟି ନୂଆ ରେଳ ଲାଇନ ପାଇଁ ମଞ୍ଜୁରୀ

ପଶ୍ଚିମ ଓଡିଶାକୁ କେନ୍ଦ୍ର କ୍ୟାବିନେଟର ଭେଟି ମିଳିଲା ଦୁଇଟି ନୂଆ ରେଳ ଲାଇନ ପାଇଁ ମଞ୍ଜୁରୀ

ପଶ୍ଚିମ ଓଡ଼ିଶାର ଗାନ ପର୍ବ ନୂଆଖାଇ ପାଖେଇ ଆସୁଥିବା ବେଳେ ଏହା ପୂର୍ବରୁ ପଶ୍ଚିମ ଓଡିଶା ପାଇଁ ଆସିଛି ନୂଆଖାଇ ଭେଟି। ପଶ୍ଚିମ ଓଡ଼ିଶାରେ ଦୁଇଟି ରେଳ ଲାଇନ ନିର୍ମାଣ ଲାଗି ବୁଧବାର ଦିନ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ବରଗଡ଼, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି ୨ଟି ନୂଆ ରେଳ ଲାଇନ ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ପ୍ରଥମ ପ୍ରକଳ୍ପ ଅଧୀନରେ ବରଗଡ଼ରୁ ନୂଆପଡ଼ାକୁ ରେଳ ସଂଯୋଗୀକରଣ କରାଯିବା। ଏହି ପ୍ରକଳ୍ପ ଅଧୀନରେ ୧୩୮କିମି ରେଳଲାଇନ୍‌ ବିଛାଯିବ, ଯେଉଁଥି ପାଇଁ ୨୯୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବସଡେଗାରୁ ଛତିଶଗଡ଼ର ଭଲୁମୁଡ଼ାକୁ ନୂଆ ଡବଲ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ଅଧୀନରେ ୩୭ କିଲୋମିଟର ଲାଇନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି ଟଙ୍କା

ତେବେ ସୂଚନା ଥାଉ କି ଓଡିଶା ସମେତ ମୋଟ ୩ଟି ରେଳ ଲାଇନକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର କ୍ୟାବିନେଟ ଏହି ପ୍ରକଳ୍ପର ମୋଟ୍‌ ୬୪୫୬ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score