ପର୍ଯ୍ୟଟକଙ୍କ ପାଇଁ ଆସିଯାଇଛି ଖୁସି ଖବର। ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା। ତେବେ ମିଳିଥିବା ସୂଚନା ଅନୁଯାଇ ଆଜିଠାରୁ (ଅଗଷ୍ଟ ୧ ତାରିଖରୁ) ଖୋଲିବାକୁ ଯାଉଛି ଏହି ଭିତରକନିକା ଜାତୀୟ ଉଦ୍ୟାନ। ଏଥି ସହ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ପର୍ଯ୍ୟଟକଙ୍କ ପାଇଁ ତିଆରି ହୋଇଛି ସ୍କାଏ ଓ୍ବାକ୍। ଏହା ଉପରକୁ ଯାଇ ପର୍ଯ୍ୟଟକମାନେ ପୁରା ଜଙ୍ଗଲର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଗୋଟିଏ ଥରରେ ୨୦ ଜଣ ଲେଖାଏଁ ପର୍ଯ୍ୟଟଙ୍କୁ ଏଥିରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମ୍ୟାଙ୍ଗ୍ରୁଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ୱାକ ୱେ, ପ୍ରାୟ ୬ଶହ ମିଟର ଲମ୍ବ ଏବଂ ଏହାକୁ କାଠରେ ତିଆରି କରାଯାଇଥିବା ସୂଚନା ରହିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |