Explore

Search
Close this search box.

Search

November 21, 2024 2:59 am

Genres

ନୂଆଖାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସିଏମ କିଷାନ ଯୋଜନା ଭେଟି

CM Kisan Yojana

ପବିତ୍ର ନୂଆଖାଇ ଅବସରରେ ସିଏମ କିଷାନ ଯୋଜନା ର ଶୁଭାରମ୍ଭ କରାଯାଇଛି। ଏଥିରେ ଚାଷୀ ପାଇବେ ୪ ହଜାର ଟଙ୍କାର ଆର୍ଥିକ ସହାୟତା। ଚାଷୀଙ୍କୁ ଏହି ଆର୍ଥିକ ସହାୟତା ଯୋଗାଇ ଦେବା ଲାଗି ରାଜ୍ୟ ସରକାର ୧୯ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ତାଷୀ ଓ ଭୂମିହୀନ କୃଷକ ପରିବାର ଏହି ଯୋଜନାରେ ଉପକୃତ ହେବେ।

ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁରରେ ଏହାର ଶୁଭାରମ୍ଭ କରିଛନ୍ତି ।ଖରିଫ୍‌ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ DBT ମାଧ୍ୟମରେ ବର୍ଷକୁ 2ଟି କିସ୍ତିରେ ମୋଟ 4 ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ। ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ଚାଷୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର 19ଶହ35 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

ତେବେ ସୂଚନା ଥାଉ କି ପୂର୍ବରୁ ପ୍ରଚଳିତ ଥିବା କାଳିଆ ଯୋଜନାକୁ ନାମ ପରିବର୍ତ୍ତନ କରି ସିଏମ କିଷାନ ଯୋଜନା କରିଛନ୍ତି ରାଜ୍ୟ ସରକାର । ତେବେ ଯୋଗ୍ୟତା ଥାଇ ପିଏମ କିଷାନ ଯୋଜନାରେ ବାଦ ପଡିଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।ଏଥିପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ର ମଧ୍ୟ ଉନ୍ମୋଚନ କରାଯାଇଛି |ଏହି ପୋର୍ଟାଲ ମାଧ୍ୟମରେ ଚାଷୀ ମାନେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରିପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ କୃଷି ହେଲ୍ପଲାଇନ ନମ୍ବର 155333 ଜାରି କରାଯାଇଛି

ସିଏମ କିଷାନ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, କୃଷି ସଚିବ ଅରବିନ୍ଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ଭିସିରେ ଯୋଡି ହୋଇଥିଲେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score