Explore

Search

July 31, 2025 2:04 am

Genres

ଦେଓମାଳି ଉପରେ ଜାରିହେଲା ସରକାରୀ କଟକଣା

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କୋରାପୁଟ l ଯାହା ମଧ୍ୟରୁ ଦେଓମାଳି ଅନ୍ୟତମ l ଜିଲ୍ଲା ପ୍ରଶାସନ ଦେଓମାଳିର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିଛି। ଏଠାରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।

ପର୍ଯ୍ୟଟକମାନେ ପୂର୍ବ ବୁକିଂ ଅନୁଯାୟୀ ସରକାରଙ୍କ ଦ୍ୱାରା ପରିଚାଳିତ କଟେଜରେ ରହିପାରିବେ। ପ୍ରଶାସନର ବିନା ଅନୁମତିରେ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ରାତିରେ ଦେଓମାଳିରେ ରହିପାରିବେ ନାହିଁ। ପର୍ଯ୍ୟଟକଙ୍କୁ ସିଙ୍ଗଲ ୟୁଜ୍‌‌ ପ୍ଲାଷ୍ଟିକ ମନା କରାଯାଇଛି। ନିୟମ ଉଲ୍ଲଙ୍ଘନକାରୀ ପର୍ଯ୍ୟଟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score