କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ତୀବ୍ର ଆନ୍ଦୋଳନ ଜାରି ରଖିଛନ୍ତି ପଶ୍ଚିମବଙ୍ଗର ବିଭିନ୍ନ ଛାତ୍ର ସଂଗଠନ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ ‘ନବାନ୍ନ’ ଘେରାଉ କରି ବିକ୍ଷୋବ ପ୍ରଦର୍ଶନ କରିଛନ୍ତି ଛାତ୍ର ସଂଘ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି। ଗତକାଲି ମଧ୍ୟାହ୍ନରେ ଛାତ୍ର ସଙ୍ଗଠନ ରାସ୍ତାକୁ ଓଲ୍ହାଇଥିଲେ। ଏହି ରାଲିକୁ ନବାନ୍ନା ଅଭିଯାନ ବୋଲି କୁହାଯାଉଛି। ନବାନ୍ନା ହେଉଛି ରାଜ୍ୟ ସଚିବାଳୟ ଯେଉଁଠାରେ ପଶ୍ଚିମବଙ୍ଗ ସରକାରଙ୍କ କାର୍ଯ୍ୟ ଚାଲିଥାଏ। ନବନ୍ନାରେ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଅଫିସ ଅଛନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଛାତ୍ରଛାତ୍ରୀ ଘେରଉ କରିବାକୁ ଯିବା ସମୟରେ ଉତ୍ତେଜନା ଦେଖା ଦେଇଥିଲା। ସେମାନଙ୍କ ରୋକିବା ପାଇଁ ପୋଲିସ ପକ୍ଷରୁ ରାସ୍ତାକୁ ବ୍ୟାରିକେଡ ଦେଇ ସିଲ୍ କରାଯାଇଥିଲା। ଛାତ୍ରଛାତ୍ରୀମାନେ ବ୍ୟାରିକେଡ ଡେଇଁ ଯିବା ସମୟରେ ସେମାନଙ୍କ ଉପରକୁ ଟିୟର ଗ୍ୟାସ, ରବର ବୁଲେଟ ତଥା ପାଣି ମାଡ଼ କରିଥିଲେ ପୋଲିସ କର୍ମୀ। ଏଥିରେ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
କଲିକତାର ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ପରେ କୋଲକାତା ସମେତ ବିଭିନ୍ନ ରାଜ୍ୟରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ମମତା ବାନାର୍ଜୀଙ୍କ ଇସ୍ତଫା ନେଇ କଲିକତାରେ ମାହୋଲ ଦିନକୁ ଦିନ ଗରମ ହେବାରେ ଲାଗିଛି । ଏଥି ସହ ଆନ୍ଦୋଳନ ଦିନ କୁ ଦିନ ତୀବ୍ର ରୂପ ନେଉଥିବାରୁ ସାଧାରଣ ଜନତାଙ୍କୁ ଦୈନନ୍ଦିନ ଜୀବନଯାପନ ତଥା ଗମନା ଗମନ ଆଦିରେ ବିଭିର୍ନ ପ୍ରକାର ସମସ୍ୟାର ର ସମ୍ମୁଖୀନ ହେବାକୁ ପଡୁଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |