ଅନେକ ଡିଜିଟାଲ୍ ପ୍ଲାଟଫର୍ମ ତଥା ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ। ଏହା ଦ୍ଵାରା ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ତଥା ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ସଠିକ୍ ବ୍ୟବହାର ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁଗୁଲ୍ ଇଣ୍ଡିଆ ମଧ୍ୟରେ ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଡିଜିଟାଲ୍ ପ୍ଲାଟଫର୍ମ ମାନଙ୍କରେ ବ୍ୟବହାର ହେଉଥିବା ଓଡ଼ିଆ ଭାଷାକୁ କିପରି ସଠିକ୍ ଏବଂ ନିର୍ଭୁଲ ଭାବେ ଉପସ୍ଥାପିତ କରାଯାଇପାରିବ ସେନେଇ ଆଲୋଚନ କରାଯାଇଥିଲା। ଏଥି ସହ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିବା ତଥ୍ୟର ସଠିକ୍ ଓଡ଼ିଆ ଅନୁବାଦ, ଓଡ଼ିଆ ଲିପିର ଷ୍ଟାଣ୍ଡାର୍ଡ଼ାଇଜେସନ୍ ହେବା, ସାମାଜିକ ଗଣମାଧ୍ୟମରେ ଅଭିବ୍ୟକ୍ତି ପରିପ୍ରକାଶ ନିମନ୍ତେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାନଙ୍କରେ ଓଡ଼ିଆ ଭାଷାରେ ଯେପରି ସମସ୍ତ ତଥ୍ୟ ଉପଲବ୍ଧ ହୋଇପାରିବ ସେ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହାସହ ଇଂରାଜୀ ଭାଷାରେ ଉପଲବ୍ଧ ହେଉଥିବା ତଥ୍ୟର ସଠିକ୍ ଓଡ଼ିଆ ଅନୁବାଦ, ଓଡ଼ିଆ ଲିପିର ଷ୍ଟାଣ୍ଡାର୍ଡ଼ାଇଜେସନ୍, ସାମାଜିକ ଗଣମାଧ୍ୟମରେ ସଠିକ୍ ଓଡ଼ିଆ ଭାଷାର ବ୍ୟବହାର ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଯେପରି ସବୁ ତଥ୍ୟ ଉପଲବ୍ଧ ହୋଇପାରିବ ସେନେଇ ଉପଯୁକ୍ତ ପଦକ୍ଷେପ ନେବା ଲାଗି ମଧ୍ୟ ଆଲୋଚନା କରାଯାଇଥିଲା।ଏଥିସହ ଡିଜିଟାଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ବ୍ୟବହାର ହେବା ବିଶ୍ୱର କୋଣଅନୁକୋଣରେ ବାସ କରୁଥିବା ସମସ୍ତ ଓଡ଼ିଆ ଲୋକଙ୍କୁ ଯୋଡି ରଖିବା କାର୍ଯ୍ୟ କରିବା ସହ ଅଭିବ୍ୟକ୍ତିର ପରିପ୍ରକାଶ ପାଇଁ ଏକ ପ୍ରକୃଷ୍ଟ ମାଧ୍ୟମ ପ୍ରଦାନ କରିପାରିବ ବୋଲି କୁହାଯାଇଛି ।
ଏଥିସହ ଓଡ଼ିଆ ଭାଷାରେ ବିଭିନ୍ନ ତଥ୍ୟ ଉପଲବ୍ଧ ହୋଇପାରିଲେ ଏହା ସାଧାରଣ ଜନସାଧାରଣ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଗବେଷକମାନଙ୍କ ପାଇଁ ବହୁ ସୁବିଧା ଯୋଗାଇଦେବ ବୋଲି ସୂଚନା ରହିଛି ।
ବୈଠକରେ ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ, ଭାରତ ସରକାରଙ୍କ ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଉପସଚିବ ଲକ୍ଷ୍ମୀନାରାୟଣ ମିଶ୍ର, ଓଡ଼ିଶା ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦେବପ୍ରସାଦ ଦାଶ, ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଫଣୀନ୍ଦ୍ର ନନ୍ଦ, ପ୍ରେମାନନ୍ଦ ମହାପାତ୍ର ଏବଂ ଗୁଗ୍ଲ ଇଣ୍ଡିଆ ଟିମ୍ ପକ୍ଷରୁ ହର୍ଷ ଧନ୍ଦ ଏବଂ ଅମ୍ରିତା କାମାତ୍ ପ୍ରମୁଖ ଉପସ୍ଥିତ ଥିଲେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |