Explore

Search
Close this search box.

Search

September 17, 2024 1:02 am

Genres

ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Biju Patnaik Sports Award

ପ୍ରତିବର୍ଷ ଭାରତରେ ଭାରତୀୟ ହକିର ଜନ୍ମଦାତା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅଗଷ୍ଟ ୨୯କୁ ଭାରତରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ ,ଭାରତୀୟ ହକିକୁ ବିଶ୍ୱସ୍ତରରେ ପରିଚିତ କରେଇବାରେ ଧ୍ୟାନଚାନ୍ଦଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ତେଣୁ ତାଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ଦିନକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଏ

ଆଜିର ଏହି ଦିନରେ କୃତି ଖେଳାଳି ମାନଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟ ରେ କେଉଁ ଖେଳାଳି ମାନଙ୍କର ନାମ ରହିଛି।

ଓଡ଼ିଶାର ଜାଭେଲିନ୍‌ ଥ୍ରୋ ତାରକା କିଶୋର ଜେନା ରାଜ୍ୟର ସର୍ବୋଚ୍ଚ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ‘ଆଥଲେଟ୍‌ ଅଫ୍‌ ଦି ଇୟର’ ବର୍ଗରେ ସେ ଏହି ପୁରସ୍କାର ପାଇଛନ୍ତି। ସେହିପରି ହକି ଅଲିମ୍ପିଆନ ଲାଜରୁସ ବାର୍ଲାଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି। କ୍ରୀଡ଼ାକୁ ଆଜୀବନ ସେବା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ନିକଟରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଅମିତ ରୋହିଦାସଙ୍କ କୋଚ୍‌ ବିଜୟ ଲାକ୍ରା ଶ୍ରେଷ୍ଠ କୋଚ୍‌ ବିଭାଗରେ ପୁରସ୍କାର ଲାଭ କରିଛନ୍ତି। ବାପି ହାଁସଦା ଶ୍ରେଷ୍ଠ ଆଥଲେଟ୍‌ (ଜୁନିୟର), ଜାଫର ଇକବାଲ (ପାରା ଆଥଲେଟ୍‌) ବର୍ଗରେ ପୁରସ୍କୃତ ହୋଇଛନ୍ତି । ସେହିପରି ଶ୍ରେଷ୍ଠ କୋଚ୍‌ (ଟେକ୍ନିକାଲ) ପୁରସ୍କାର ପାଇଛନ୍ତି ରୂପାନ୍ବିତା ପଣ୍ଡା। ପ୍ରତିଭା ସମ୍ପନ୍ନ ଭାରୋତ୍ତୋଳିକା ପ୍ରୀତିସ୍ମିତା ଭୋଇ ଇମର୍ଜିଂ ପ୍ଲେୟର ପୁରସ୍କାର ଲାଭ କରିଛନ୍ତି। ଶ୍ରେଷ୍ଠ କ୍ରୀଡ଼ା ଖବରଦାତା ପୁରସ୍କାର ପାଇଛନ୍ତି ସୁକେଶ ବେହେରା। ସ୍ପୋଟର୍‌ସ ପ୍ରମୋଶନ ପାଇଁ ନାଲ୍‌କୋକୁ ପୁରସ୍କୃତ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score