ଦେଶର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରବି ଫସଲଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି ପ୍ରସ୍ତାବ ଉପରେ ଆଜି କେନ୍ଦ୍ର କ୍ୟାବିନେଟ ମୋହର ମାରିଛି। ଆସନ୍ତା ୨୦୨୫-୨୬ ସିଜିନ ପାଇଁ ବିଭିନ୍ନ ପ୍ରକାରର ରବି ଫସଲର ଏମଏସପି ବୃଦ୍ଧି କରାଯାଇଛି। ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର। ଗହମରେ ୧୫୦ ଟଙ୍କା MSP ବୃଦ୍ଧି, ବାଜରାରେ ୧୩୦ ଟଙ୍କା ବୃଦ୍ଧି ହୋଇଛି।
ଚାଷୀଙ୍କ ଆୟବୃଦ୍ଧି ଓ ରବି ଋତୁରେ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ନିଜ ଉତ୍ପାଦ ଉପରେ ଯେମିତି ଉପଯୁକ୍ତ ଦାମ ପାଇ ପାରିବେ, ତା’କୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି।
କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଗହମ, ଚଣା, ଯଅ, ସୋରିଷ, ମସୁର ଡାଲି ଓ ସୂର୍ଯ୍ୟମୁଖୀ ଫୁଲର ଏମଏସପି ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ଚାଷୀଙ୍କ ଉନ୍ନତି ତଥା ସେମାନଙ୍କ ଆର୍ଥିକ ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଗହମ ଉପରେ ଏମଏସପି କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି। ଏହାକୁ ୨,୨୭୫ ଟଙ୍କାରୁ ୨,୪୨୫ ଟଙ୍କା କରାଯାଇଛି। ସେହିପରି ସୋରିଷର ଏମଏସପି କ୍ଵିଣ୍ଟାଲ ପିଛା ୩୦୦ ଟଙ୍କା ବଢ଼ାଯାଇ ୫,୯୫୦ ଟଙ୍କା ଓ ଚଣାର ଏମଏସପି ୨୧୦ ଟଙ୍କା ବଢ଼ାଯାଇ ୫,୬୫୦ ଟଙ୍କା କରାଯାଇଛି।
ଅନ୍ୟପଟେ ଯଅର ଏମଏସପି କ୍ଵିଣ୍ଟାଲ ପିଛା ୧,୯୮୦ ଟଙ୍କା କରିଛନ୍ତି କେନ୍ଦ୍ର ସରକାର। ପୂର୍ବେ ଏହା ଥିଲା ୧,୮୫୦ ଟଙ୍କା। ଏହାସହ ମସୁର ଡାଲିର ଏମଏସପି ୬,୪୨୫ ଟଙ୍କାରୁ ୬,୭୦୦ ଟଙ୍କାକୁ ଏବଂ ସୂର୍ଯ୍ୟମୁଖୀ ଫୁଲର ଏମଏସପି କ୍ଵିଣ୍ଟାଲ ପିଛା ୫,୮୦୦ ଟଙ୍କାରୁ ୫,୯୪୦ ଟଙ୍କା କରାଯାଇଛି।
ଚାଷୀଙ୍କ ଆୟବୃଦ୍ଧି ଓ ରବି ଋତୁରେ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଚାଷୀମାନେ ନିଜ ଉତ୍ପାଦ ଉପରେ ଯେମିତି ଉପଯୁକ୍ତ ଦାମ ପାଇ ପାରିବେ, ତା’କୁ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିବା କହିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |