Explore

Search

October 17, 2025 10:25 am

Genres

ଗୋଆ ରାଜ୍ୟପାଳଙ୍କ କ୍ଷୁଦ୍ର ଗଳ୍ପ ସଙ୍କଳନର ଓଡ଼ିଆ ଅନୁବାଦିତ ପୁସ୍ତକ ଉନ୍ମୋଚିତ

on the side of the angles

ଗୋଆ/ ଓଡିଶା: ସାହିତ୍ୟ ଯାହା ସଂସ୍କୃତି ଓ ଜନମାନସ ମଧ୍ୟରେ ସମ୍ପର୍କ ଯୋଡ଼ିଥାଏ l ଅନୁବାଦ ଦ୍ବାରା ସମାଜର ସାମୂହିକ ଚେତନା ସମୃଦ୍ଧ ହୋଇପାରିବ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି। ରାଜଭବନର ନୂତନ ଅଭିଷେକ ହଲ୍‌ରେ ଗୋଆ ରାଜ୍ୟପାଳ ପି.ଏସ୍ ଶ୍ରୀଧରନ ପିଲ୍ଲାଇଙ୍କ ଦ୍ବାରା ଇଂରାଜୀ ଭାଷାରେ ଲିଖିତ କ୍ଷୁଦ୍ର ଗଳ୍ପ ସଂକଳନ ‘ଅନ୍ ଦ ସାଇଡ୍ସ ଅଫ୍ ଦ ଅଞ୍ଜେଲସ୍’ର ଓଡ଼ିଆ ଭାଷାରେ ଅନୁବାଦ ପୁସ୍ତକ ‘ଆଶାର ଆଲୋକ’କୁ ରାଜ୍ୟପାଳ ଶ୍ରୀ ଦାସ ଉନ୍ମୋଚନ କରିଛନ୍ତି । ପୁସ୍ତକର ପ୍ରଥମ ସଂଖ୍ୟାରେ ବିଶିଷ୍ଟ ଲେଖିକା ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରତିଭା ରାୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପୁସ୍ତକର ଅନୁବାଦ କରିଥିବାରୁ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଡ. ନିରଞ୍ଜନ ସାହୁଙ୍କୁ ସେ ଧନ୍ୟବାଦ ଦେଇଥିଲେ ।

ଗୋଆ ରାଜ୍ୟପାଳ ଶ୍ରୀ ପିଲାଇ ଓଡ଼ିଆ ଭାଷାରେ ତାଙ୍କ ପୁସ୍ତକ ଅନୁଦିତ ହୋଇଥିବାରୁ ଆନନ୍ଦ ପ୍ରକାଶ କରିବା ସହିତ କ୍ଷୁଦ୍ର ଗଳ୍ପ ମାଧମରେ ମାନବିକ ଚେତନାକୁ ଜାଗ୍ରତ କରାଇବା ସଙ୍ଗେ ସଙ୍ଗେ ବିଭିନ୍ନ ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି କହିଥିଲେ । ଜ୍ଞାନପୀଠ ପୁରସ୍କାର ବିଜେତା ଡ. ପ୍ରତିଭା ରାୟ ‘ଆଶାର ଆଲୋକ’ ପୁସ୍ତକର ପ୍ରଥମ ସଂଖ୍ୟା ଗ୍ରହଣ କରି ଅଭିଭୂତ ବୋଲି ପ୍ରକାଶ କରିଥିଲେ । “ଆଶାର ଆଲୋକ’ ପୁସ୍ତକର ସମୀକ୍ଷା କରି ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଯତୀନ ନାୟକ ଜୀବନରେ କ୍ଷୁଦ୍ର ଗଛର ବିଶେଷ ଭୂମିକା ରହିଛି ବୋଲି କହିଥିଲେ। ‘ବିଦ୍ୟାପୁରୀ’ ପ୍ରକାଶନ ସଂସ୍ଥାର ଜୀବନାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଗୋଆ ରାଜ୍ୟପାଳଙ୍କ ସହଧର୍ମିଣୀ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ମୁଖ୍ୟ ପରାମର୍ଶଦାତା ସନ୍ତୋଷ କୁମାର ଶତପ‌ଥୀଙ୍କ ସମେତ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଲେଖକ, ଲେଖିକା ମଧ୍ଯ ଯୋଗ ଦେଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score