ଓଡିଶା ରାଜ୍ୟ ସରକାର ବୁଧବାର ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି l ରାଜ୍ଯପାଳ ଅଧ୍ୟକ୍ଷ ରୂପେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅରୁଣ ପଣ୍ଡାଙ୍କୁ ମନୋନୀତ କରିଛନ୍ତି l ତାଙ୍କ ବ୍ୟତୀତ ଅନ୍ୟ ୩ ସଦସ୍ୟ, ଜଣେ ମେମ୍ବର ସେକ୍ରେଟାରୀ ମନୋନୀତ ହୋଇଛନ୍ତି l ଏମାନେ ସମସ୍ତେ ହେଉଛନ୍ତି ଜାଭିଅର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ, ଟିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ବିଭୂପ୍ରସାଦ ନାୟକ ଓ ଅର୍ଥ ବିଭାଗର ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ ମେମ୍ବର ସେକ୍ରେଟାରୀ ରୂପେ ନିଯୁକ୍ତ ହୋଇଛନ୍ତି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |