କୋରାପୁଟର ସଫଳ ଅଭିଯାନ ପରେ ଗଞ୍ଜାମ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ
ଅଭିଜ୍ଞ, କ୍ଷମତାଶୀଳ ଓ ସ୍ୱଚ୍ଛ ପ୍ରଶାସନ ପାଇଁ ପରିଚିତ ଅଧିକାରୀ ଶ୍ରୀ କୀର୍ତ୍ତି ଭାସନ୍ ଭି ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ, ଯେଉଁଠି ସେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ କୃଷି ଇତ୍ୟାଦି ବିକାଶ ସହିତ ଗ୍ରାମୀଣ ଜୀବନମାନ ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ। କୋରାପୁଟରେ ତାଙ୍କ କାର୍ଯ୍ୟଦକ୍ଷତା ପ୍ରଶଂସା ଲାଭ କରିଥିଲା। ଗଞ୍ଜାମରେ ତାଙ୍କ ନୂଆ ଦାୟିତ୍ୱ ନେଇ ଜନମାନସରେ ଅଧିକ ଆଶା ଓ ଆଗ୍ରହ ଦେଖାଯାଉଛି। ଜିଲ୍ଲାର ସାମ୍ପ୍ରତିକ ଅବସ୍ଥା ବିଶ୍ଳେଷଣ ପରେ ଜିଲ୍ଳାର ଉନ୍ନତି ନିମନ୍ତେ ଶୀଘ୍ର ନୂତନ ପଦକ୍ଷେପ ନେବେ ବୋଲି ଅନୁମାନ କରାଯାଉଛି।
କୋରାପୁଟରେ ଉଲ୍ଲେଖନୀୟ ଅବଦାନ:
ଶ୍ରୀ କୀର୍ତ୍ତି ଭାସନ୍ ଭି ତାଙ୍କର ପୂର୍ବତନ ଦାୟିତ୍ୱ କୋରାପୁଟ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, କୃଷି ବିକାଶ ଓ ଗ୍ରାମୀଣ ଜୀବନମାନ ଉନ୍ନତି ପାଇଁ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଜିଲ୍ଲା ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ମିଳିଛି:
କୋରାପୁଟ କଫିକୁ ଜାତୀୟ ମାନ୍ୟତା: କୀର୍ତ୍ତି ଭାସନ୍ ଭିଙ୍କ ନେତୃତ୍ୱ ବଳରେ କୋରାପୁଟ କଫି ଆଜି ଜାତୀୟ ମାନ୍ୟତା ହାସଲ କରିପାରିଛି।
ବାଟି ମାଣ୍ଡିଆ ଜିଆଇ ଟ୍ୟାଗ ପାଇଁ ଉଦ୍ୟମ: କୋରାପୁଟ ଜିଲ୍ଲାର ପ୍ରାଚୀନ ଓ ସ୍ୱାଦିଷ୍ଟ ଖାଦ୍ୟ “ବାଟି ମାଣ୍ଡିଆ”କୁ ଜିଆଇ ଟ୍ୟାଗ ପ୍ରାପ୍ତି ନିମନ୍ତେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଥିଲେ।
‘ପରବ’ ମହୋତ୍ସବର ସଫଳତା: କୋରାପୁଟ ସଂସ୍କୃତିର ପରିଚୟ ‘ପରବ’ ମହୋତ୍ସବ ତାଙ୍କ ନେତୃତ୍ବ ବଳରେ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଳାକାରଙ୍କୁ ସେମାନଙ୍କ କଳା ପ୍ରଦର୍ଶନ ନିମନ୍ତେ ଏକ ମଞ୍ଚ ମିଳିଥିଲା। କୋରାପୁଟର ଐତିହ୍ୟ ଓ ସଂସ୍କୃତିକୁ ଦେଶ ଓ ବିଦେଶ ମଞ୍ଚରେ ପ୍ରତିଷ୍ଠିତ କରିବାରେ ‘ପରବ’ ମହୋତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।
ସରକାରୀ ଯୋଜନାଗୁଡ଼ିକର ସଫଳ କର୍ଯ୍ୟାନ୍ଵୟନ: ଜନ ସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନାଗୁଡିକ ଯେପରି କେବଳ ସରକାରୀ ସ୍ତରରେ ସୀମିତ ନରହି ଲୋକମାନଙ୍କ ନିକଟରେ ପହଞ୍ଚିପାରିବ ସେଥିନିମନ୍ତେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରିଥିଲେ।
ପ୍ରଧାନମନ୍ତ୍ରୀ ପୁରସ୍କାର: କୋରାପୁଟ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ତାଙ୍କର ନିରନ୍ତର ପ୍ରଚେଷ୍ଟା ନିମନ୍ତେ କୋରାପୁଟ ଜିଲ୍ଲାକୁ ସାଧାରଣ ପ୍ରଶାସନରେ ଉତ୍କର୍ଷତା ନିମନ୍ତେ ‘ପ୍ରଧାନମନ୍ତ୍ରୀ ପୁରସ୍କାର’ ମିଳିଥିଲା।
ଗର୍ଭବତୀ ମହିଳାଙ୍କ ପାଇଁ ଜନ୍ମଶ୍ରୀ ଆପ୍: ଗର୍ଭବତୀ ମହିଳାଙ୍କ ସୁବିଧା ନିମନ୍ତେ ତାଙ୍କର ଉଦ୍ୟମ ବଳରେ ଏକ ‘ଜନ୍ମଶ୍ରୀ ଆପ’ ବିକଶିତ ହୋଇପାରିଛି। ଯେଉଁଥିରେ ଗର୍ଭବତୀ ମହିଳାଙ୍କ ନିମନ୍ତେ ୩ଟି ଦେୟମୁକ୍ତ ଅଲ୍ଟ୍ରାସାଉଣ୍ଡ ଉପଲବ୍ଧ ରହିଛି।
ନୂତନ ଦାୟିତ୍ୱ ଗ୍ରହଣ କରି ଶ୍ରୀ ଭାସନ୍ କହିଛନ୍ତି –
“ଗଞ୍ଜାମ ଏକ ସମୃଦ୍ଧ ଜିଲ୍ଲା। ଏଠାରେ ଶିକ୍ଷା, କୃଷି, ଉଦ୍ୟୋଗ ଓ ନୂତନ ପ୍ରଯୁକ୍ତି ଉପରେ ମୋର ମୁଖ୍ୟ ଧ୍ୟାନ ରହିବ। ମୁଁ ଏହାର ସାର୍ବଜନୀନ ଉନ୍ନତି ପାଇଁ ସଦା ଆପ୍ରାଣ ଉଦ୍ୟମ କରିବି। ଜନସାଧାରଣ ସହ ସଂପୃକ୍ତ ଥିବା ଓ ସ୍ଥାନୀୟ ସମସ୍ୟା ଦୂରିକରଣ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରିବି।”
କୋରାପୁଟ ଭଳି ଗଞ୍ଜାମ ଜିଲ୍ଲା ମଧ୍ୟ ତାଙ୍କ ନେତୃତ୍ୱରେ ଏକ ଉନ୍ନତ, ନୂତନ ଓ ଆଦର୍ଶ ମଡେଲ୍ ରୂପେ ଗଢ଼ିଉଠିବ ବୋଲି ଆଶା କରାଯାଉଛି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |