ଓଡିଶା ଏକ କୃଷିଭିତ୍ତିକ ରାଜ୍ଯ l ତେବେ କୃଷି ଓ କୃଷକମାନଙ୍କ ବିକାଶ ପାଇଁ ଜୟପୁର ସହରର ଦଶହରା ପଡିଆ ଠାରେ ଆରମ୍ଭ ହୋଇଛି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା l ଏହାର ଶୁଭ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଯୋଗଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସଶ୍ମିତା ମେଲକା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ,କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,ଜୟପୁର ଉପଜିଲ୍ଲାପାଳ ସୁଶ୍ରୀ ଆକଭରାମ ଶସ୍ୟା ରେଡ୍ଡୀ, କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ,ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଲୋଚନ ଚନ୍ଦ୍ର ମାଝୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୁଷଣ ସାହୁ, ଜୟପୂର ଉପଖଣ୍ଡ ଭେଟେନାରି ଅଧିକାରୀ ବିଶ୍ଵଜିତ ରାୟ,କୃଷି ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଯନ୍ତ୍ରପାତି ମେଳା ଚଳିତ ମାସ ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ପର୍ଯ୍ୟନ୍ତ ତଥା ୫ ଦିନ ଧରି ଚାଲିବ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ଙ୍କ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଚଳିତ ବର୍ଷ ୧୦୦ଟି ଷ୍ଟଲ୍ ଏବଂ ୧୦ ଟି ଫୁଡ୍ ଷ୍ଟଲ୍ ଲଗାଯାଇଛି । ଉନ୍ନତ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ଓ ବିକ୍ରୟ, କୃଷି ଯନ୍ତ୍ରପାତି ପାଇଁ ଋଣ ସୁବିଧା ଆଦି ଲକ୍ଷ୍ୟରେ ଏହି ମେଳା ଚାଲିଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ହଜାର ସଂଖ୍ୟାରେ ବିଭିନ୍ନ ବ୍ଳକରୁ କୃଷକମାନେ ଏବଂ ଏସଏଚଜି ମହିଳା ମାନେ ଆସି ଏହି ମେଳାରେ ଯୋଗ ଦେଇଥିଲେ। କୃଷକମାନଙ୍କ ବିକାଶ ପାଇଁ ଚାଷ କ୍ଷେତ୍ରରେ ଯନ୍ତ୍ରପାତି ର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା କୃଷକମାନଙ୍କ ଚାଷର ବୃଦ୍ଧି ସକାଶେ ବିଭିନ୍ନ ଯୋଜନା ମାଧ୍ୟମରେ ରିହାତି ମୁଲ୍ୟରେ ଯନ୍ତ୍ରପାତି ଯୋଗାଇ ଦେବା ପାଇଁ ଏପରି ମେଳାର ଆୟୋଜନ କରାଯାଇଛି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |