ଭୁବନେଶ୍ବର: ଆସନ୍ତା କାଲି ସକାଳେ ପ୍ରବଳ କୁହୁଡ଼ି ହେବା ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାରଦ ଆହୁରି ଖସିବ ।
ରାଜ୍ୟରେ ଅଦିନିଆ ବର୍ଷା ପରେ ପାଗ ସମ୍ପୂର୍ଣ୍ଣ ବଦଳି ଯାଇଛି । ଏବେ ପାରଦ ଖସିବା ସହ ଶୀତ ଅନୁଭୂତ ହେଲାଣି। ତେବେ ଆଜି ଓ ଆସନ୍ତାକାଲି ସକାଳ ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ସୂଚନା ମିଳିଛି । ଏହି ୬ ଜିଲ୍ଲା ହେଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର।ଏହି ଜିଲ୍ଲା ଗୁଡ଼ିକରେ ଆଜି ଓ ଆସନ୍ତାକାଲି ସକାଳୁ ପ୍ରବଳ କୁହୁଡ଼ି ହେବା ସମ୍ଭାବନା ରହିଛି । ତେଣୁ ଯାତାୟାତ ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ପରେ ରାଜ୍ୟରେ ପାରଦ ଆହୁରି ଖସିବ । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |