Explore

Search
Close this search box.

Search

September 17, 2024 1:16 am

Genres

ଏନଆଇଆରଏଫ ରାଙ୍କିଂରେ ଶ୍ରେଷ୍ଠ ରେ ଓଡିଶା ର ୩ ଶିକ୍ଷାନୁଷ୍ଠାନ

Odia News

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମୱାର୍କ (ଏନଆଇଆରଏଫ) ସୋମବାର ବିଭିନ୍ନ ବର୍ଗରେ ସମ୍ମାନଜନକ ରାଙ୍କିଂ ତାଲିକା ପ୍ରକାଶ କରିଛି। ଓଭରଅଲ ରାଙ୍କିଂର ଟପ୍ -୧୦୦ରେ ଓଡ଼ିଶାର ୩ ଶିକ୍ଷାନୁଷ୍ଠାନ ରହିଛି। ତେବେ ଆସନ୍ତୁ ଜାଣିବା କିଏ ରହିଛି କେଉଁ ସ୍ଥାନରେ କାହାକୁ ମିଳିଛି କେତେ ସ୍କୋର

୬୦.୭୩% ସ୍କୋର୍ ସହ ‘ସୋଆ’ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି। ସୋଆ ଓଭରଅଲ୍ ଇଣ୍ଡିଆ ରାଙ୍କିଂ ଓ ଇଣ୍ଡିଆନ ୟୁନିଭରସିଟି ରାଙ୍କିଂ ଭଳି ଦୁଇଟି ବର୍ଗରେ ଓଡିଶାର ପ୍ରମୁଖ ଅନୁଷ୍ଠାନ ଭାବରେ ମାନ୍ୟତା ପାଇଛି।ଏହା ପଛରେ କିଟ୍ ୫୯.୯୪% ସ୍କୋର୍ ସହ ୨୮ତମ ସ୍ଥାନରେ ଅଛି। ଆର୍କିଟେକ୍ଟର ଏବଂ ପ୍ଲାନିଂ ରାଙ୍କିଂରେ ଏନଆଇଟି ରାଉରକେଲା ଶ୍ରେଷ୍ଠ ୧୦ ମଧ୍ୟରେ ଅଛି। ୩୪ତମ ସ୍ଥାନରେ ୫୭.୦୪% ସ୍କୋର୍ ସହ NIT ରାଉରକେଲା ରହିଛି।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଇଞ୍ଜିନିୟରିଂରେ ଭାରତୀୟ ରାଙ୍କିଂ ଅନୁଯାୟୀ, ଶ୍ରେଷ୍ଠ ୨୦ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ଏନଆଇଟି ରାଉରକେଲା ରହିଛି। ୬୩.୩୮ ସ୍କୋର ସହିତ ଏନଆଇଟି ରାଉରକେଲା ୧୯ତମ ସ୍ଥାନରେ ରହିଛି। ଏବଂ କ୍ରମାଗତ ଭାବରେ ଷଷ୍ଠ ଥର ପାଇଁ IIT ମାଡ୍ରାସ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରୂପେ ବିବେଚିତ ହୋଇଛି।

ସେହିପରି ଶ୍ରେଷ୍ଠ ବିଜନେସ ସ୍କୁଲ ଏବଂ ମ୍ୟାନଜେମେଣ୍ଟ କୋର୍ସରେ ଆଇଆଇଏମ ଅହମଦାବାଦ ଶ୍ରେଷ୍ଠ ରେ ରହିଛି । ଦିଲ୍ଲୀ ଏମ୍ସ ଦେଶର ଶ୍ରେଷ୍ଠ ମେଡିକାଲ ଶିକ୍ଷାନୁଷ୍ଠାନ ହୋଇଥିବା ବେଳେ ଆଇଆଇଟି ଋକୀ ଆର୍କିଟେକର ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି।

ଆର୍କିଟେକ୍ଟର ଏବଂ ପ୍ଲାନିଂ ରାଙ୍କିଂରେ ଏନଆଇଟି ରାଉରକେଲା ଶ୍ରେଷ୍ଠ ୧୦ ମଧ୍ୟରେ ଅଛି। ୬୪.୮୮ ସ୍କୋର ସହିତ ଏହି ଅନୁଷ୍ଠାନ ୯ ନମ୍ବରରେ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score