Explore

Search
Close this search box.

Search

November 21, 2024 8:46 pm

Genres

ଏଣିକି ଭିସ୍ତାରା ପାଇବ “ଭିସ୍ତାରା ଏୟାର ଲାଇନ୍ସ” ର ପରିଚୟ ,ପ୍ରଥମ ଦିନରେ ଦୋହାରୁ ମୁମ୍ବାଇ ପର୍ଯ୍ୟନ୍ତ ଭରିଛି ଯାତ୍ରା

Vistara Airlines

ମୁମ୍ବାଇ: ଏୟାର ଇଣ୍ଡିଆ ସହିତ ଭିସ୍ତାରା ଯୋଡ଼ିହେବା ପରେ ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି । ସୋମବାର ରାତି ପ୍ରାୟ ୧୦ଟାରେ ଏହି ନୂଆ ବିମାନ (AI-2286) ମୁମ୍ବାଇ ଅଭିମୁଖେ ଉଡାଣ ଭରି ମଙ୍ଗଳବାର ସକାଳେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି ।

ମିଶ୍ରଣ ପରେ ଦୋହାରୁ ମୁମ୍ବାଇ ଅଭିମୁଖେ AI2286 ପ୍ରଥମ ବିମାନ ଥିଲା ଯାହା ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଦ୍ୱାରା ପରିଚାଳିତ ହୋଇଥିଲା । ଫ୍ଲାଇଂ ଟ୍ରାକିଂ ୱେବସାଇଟ୍ Flightradar24.com ଅନୁଯାୟୀ, ଏହି ବିମାନଟି ଦୋହାରୁ ରାତି ୧୦:୦୭ରେ ଉଡାଣ ଭରିଥିଲା। ଯାହାକି ପ୍ରାୟ ୩ ଘଣ୍ଟାର ଉଡାଣ ଭରିସାରିଛି। ସେହିପରେ ଘରୋଇ ବିମାନ ଏୟାର ଇଣ୍ଡିଆ-ଭିସ୍ତାରା ଇଣ୍ଟିଗ୍ରେଟେଡ୍ ୟୁନିଟର ପ୍ରଥମ ବିମାନ AI2984 ‌ମଙ୍ଗଳବାର ରାତି ପ୍ରାୟ ସାଢେ ଗୋଟାଏରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।ଭିସ୍ତାରା ବିମାନଗୁଡ଼ିକ ବର୍ତ୍ତମାନ ‘AI2XXX’ କୋଡ୍ ଅଧୀନରେ କାର୍ଯ୍ୟ କରିବ ଯାହା ଦ୍ୱାରା ବୁକିଂ ସମୟରେ ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନ ଚିହ୍ନଟ କରିବା ଯାତ୍ରୀମାନଙ୍କ ପାଇଁ ସହଜ ହୋଇପାରିବ। ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ମିଶ୍ରଣ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଭିସ୍ତାରା, ଯାହା ଟାଟା ଗ୍ରୁପ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମ ଯାହା ଅଧୀନରେ ଏହା ବର୍ତ୍ତମାନ ଏୟାର ଇଣ୍ଡିଆର ଏକ ଅଂଶ ହୋଇପାରିଛି । ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସର ବିସ୍ତାରିତ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ରହିବ।

ମିଶ୍ରଣର ପ୍ରଥମ ମାସରେ, ଭିସ୍ତାରା ଟିକେଟ୍ ଥିବା ୧ଲକ୍ଷ ୧୫ହଜାରରୁ ଅଧିକ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯିବେ। ଭିସ୍ତାରାରେ ଯେଉଁଉଳି ଅନୁଭବ ଥିଲା ତାହା ପରିବର୍ତ୍ତନ ହେବନି ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ମିଶ୍ରଣ ପରେ ଭିସ୍ତାରା ଏୟାରଲାଇନ୍ସର ଫ୍ଲାଇଟ୍ କୋଡରେ ‘୨’ ଯୋଡାଯିବ । ଉଦାହରଣ ସ୍ୱରୂପ, ଭିସ୍ତାରାର ବର୍ତ୍ତମାନ ଫ୍ଲାଇଟ୍ କୋଡ୍ UK 955 ବର୍ତ୍ତମାନ AI 2955 ହେବ ।

ଏୟାର ଇଣ୍ଡିଆ ଘୋଷଣା ଅନୁଯାୟୀ ଭିସ୍ତାରା ବିମାନ ଏବେ ଏୟାର ଇଣ୍ଡିଆ ନାମରେ ନାମିତ ହେବ ଓ ଭିସ୍ତାରାର ଗ୍ରାହକ ସେବା ପରିଚାଳନା ମଧ୍ୟ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ଥାନାନ୍ତର ହୋଇଛି । ଯାତ୍ରୀମାନେ ଏୟାର ଇଣ୍ଡିଆ ଅଫିସିଆଲ ସାଇଟରେ ଭିସ୍ତାରା ପାଇଁ ଟିକେଟ ବୁକିଂ କରିପାରିବେ । ଭବିଷ୍ୟତରେ ମଧ୍ୟ ଭିସ୍ତାରା ଭଳି ସମାନ ଉତ୍ପାଦ ଏବଂ ସେବା ଅଭିଜ୍ଞତା ଉପଲବ୍ଧ ହେବ ବୋଲି ଏୟାର ଇଣ୍ଡିଆ ଘୋଷଣା କରିଛି। ବିମାନ ବନ୍ଦରରେ ହେଲ୍ପ ଡେସ୍କ କିଓସ୍କ ସ୍ଥାପନ କରାଯିବ । ଅନ୍ତର୍ଜାତୀୟ ବିମାନବନ୍ଦରରେ ସାଇନେଜ୍ ଏବଂ ସୂଚନା ଯାତ୍ରୀମାନଙ୍କୁ ସଠିକ୍ ଚେକ୍ ଇନ୍ ଡେସ୍କକୁ ମାର୍ଗଦର୍ଶନ କରାଇବ । ଭିସ୍ତାରା ବିଶ୍ୱସ୍ତତା ସଦସ୍ୟଙ୍କୁ ଏୟାର ଇଣ୍ଡିଆ କାର୍ଯ୍ୟକ୍ରମକୁ ସ୍ଥାନାନ୍ତର କରାଯିବ। ସୂଚନା ଅନୁଯାୟୀ ୨୦୧୩ ମସିହାରେ ‘ଟାଟା ସନ୍ସ’ ଓ ସିଙ୍ଗାପୁର ଏୟାର ଲାଇନ୍ସର ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ ଭାବେ ‘ଭିସ୍ତାରା ଏୟାର ଲାଇନ୍ସ’କୁ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଟାଟା କମ୍ପାନୀର ସର୍ବାଧିକ ୫୧ ପ୍ରତିଶତ ଓ ସିଙ୍ଗାପୁର ଏୟାର ଲାଇନ୍ସର ୪୯ ପ୍ରତିଶତ ମାଲିକାନା ଥିଲା । ୨୦୨୨ ମସିହାରେ ‘ଟାଟା ସନ୍ସ’ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅଧିଗ୍ରହଣ କରିବା ପରେ ଭିସ୍ତାରର ବିଲୟ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ।

୨୦୨୪ ଶେଷ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ସମସ୍ତ ଆଇନଗତ ଅନୁମୋଦନ ଲାଭ କରି ଶେଷ ହେବ ବୋଲି ଉଭୟ ସଂସ୍ଥା ଘୋଷଣା କରିଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score