Explore

Search
Close this search box.

Search

September 17, 2024 1:14 am

Genres

ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ୬ ନବାଗତ ଆଇଏଏସ

Odia News

ଓଡ଼ିଶା କ୍ୟାଡ଼ର୨୦୨୨ ବ୍ୟାଚର ୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ସେମାନଙ୍କୁ ବଣାଇ, ଆଠଗଡ଼, ପଦମପୁର, ଜୟପୁର, ତାଳଚେର ଓ ରାଇରଙ୍ଗପୁରଠାରେ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ତେବେ ଆସନ୍ତୁ ଜାଣିବା କାହାକୁ ମିଳିଛି କେଉଁ ଜିଲ୍ଲା ର ଦାଇତ୍ୱ। IAS ଅକ୍ଷୟ ପିଲାଇଙ୍କୁ ବଣାଇ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ଆଠଗଡ଼ ଉପଜିଲ୍ଲାପାଳ ହୋଇଛନ୍ତି IAS ପ୍ରହ୍ଲାଦ ନାରାୟଣ ଶର୍ମା। ସେହିପରି IAS ଅରୁଗୁଳା ସ୍ନେହାଙ୍କୁ ପଦ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। IAS ଆକବରମ ସାସି ରେଡ୍ଡୀ ଜୟପୁର ଉପଜିଲ୍ଲାପାଳ, IAS ସମୀର କୁମାର ଜେନା ତାଳଚେର ଉପଜିଲ୍ଲାପାଳ ଏବଂ ରାଇରଙ୍ଗପୁର ଉପଜିଲ୍ଲାପାଳ ଭାବେ IAS ସୌମ୍ୟରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score