Explore

Search

July 29, 2025 9:43 pm

Genres

ଆସୁଛି ଶ୍ରାବଣ ; ଉତ୍ତର ଭାରତରେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସୁଛି ମହାଦେବଙ୍କ ଉପାସନାର ମାସ l ଏନେଇ ପ୍ରସ୍ତୁତି ପଥେ ଉତ୍ତରଭାରତ l ମୁଖ୍ୟ ରୂପରେ ଉତ୍ତର ପ୍ରଦେଶରେ କାଉଁଡ଼ିଆ ଯାତ୍ରାକୁ ସୁରକ୍ଷିତ, ସୁଗମ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ଏବଂ ପୁଲିସ-ପ୍ରଶାସନ ନିଜର ପ୍ରସ୍ତୁତି ଶେଷ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକ ରାଜୀବ କୃଷ୍ଣା ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ପରିଚାଳନା ପାଇଁ ବ୍ୟାପକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲକ୍ଷ ଲକ୍ଷ ଶୈବ ଭକ୍ତଙ୍କର ଏହି ପବିତ୍ର ଯାତ୍ରାରେ ଯେପରି କୌଣସି ଅସୁବିଧା ନହେଉ ଏବଂ ସେମାନଙ୍କର ଆସ୍ଥାକୁ ସମ୍ମାନ ଦିଆଯାଉ ଏହାକୁ ଯଥେଷ୍ଟ ଧ୍ୟାନ ଦିଆଯାଇଛି l କାଉଁଡ଼ିଆ ଯାତ୍ରା ପାଇଁ ଉତ୍ତର ପ୍ରଦେଶ ପୁଲିସ ସୁରକ୍ଷିତ ବ୍ୟବସ୍ଥା କରିଛି । ଯାତ୍ରା ମାର୍ଗରେ ୨୯,୪୫୪ ସିସିଟିଭି କ୍ୟାମେରା, ୩୯୫ ଡ୍ରୋନ୍, ୧୮୪୫ ଜଳ ସେବା କେନ୍ଦ୍ର, ୮୨୯ ଚିକିତ୍ସା ଶିବିର ଏବଂ ୧୨୨୨ ପୁଲିସ ସହାୟତା କେନ୍ଦ୍ର/କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ସବୁ କାଉଁଡ଼ିଆ ଶିବିରରେ ସୁରକ୍ଷା ପାଇଁ ଆଣ୍ଟି-ସାବୋଟେଜ୍ ଚେକିଂ ଏବଂ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ କରାଯାଇଛି । ପୁଲିସ ଅଧିକାରୀ ଏବଂ ଥାନା ପ୍ରଭାରୀଙ୍କ ସମ୍ପର୍କ ନମ୍ବର, ଟ୍ରାଫିକ ଡାଇଭର୍ସନ ସ୍କିମ୍ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ବାରକୋଡ୍ ମାଧ୍ୟମରେ ଖବରକାଗଜ, ହୋର୍ଡିଂ ଏବଂ ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧାଳୁଙ୍କ ପାଖରେ ପହଞ୍ଚାଯିବ । ଯାତ୍ରାର ସୁରକ୍ଷା ପାଇଁ ବ୍ୟାପକ ପୁଲିସ ବଳ ନିୟୋଜିତ କରାଯାଇଛି, ଯେଉଁଥିରେ ୫୮୭ ରାଜପତ୍ର ଅଧିକାରୀ, ୨୦୪୦ ଇନ୍ସପେକ୍ଟର, ୧୩,୫୨୦ ଉପନିରୀକ୍ଷକ, ୩୯,୯୬୫ ମୁଖ୍ୟ ଆରକ୍ଷୀ\ ଆରକ୍ଷୀ ,୧୪୮୬ ମହିଳା ଉପନିରୀକ୍ଷକ, ୮୫୪୧ ମହିଳା ମୁଖ୍ୟ ଆରକ୍ଷୀ/ଆରକ୍ଷୀ, ୫୦ କମ୍ପାନି କେନ୍ଦ୍ରୀୟ ପୁଲିସ ବଳ/ପିଏସି, ଏବଂ ୧୪୨୪ ହୋମଗାର୍ଡ ସାମିଲ ଅଛନ୍ତି ।
ଯାତ୍ରାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ଦିଲ୍ଲୀ ଏବଂ ରାଜସ୍ଥାନର ଅଧିକାରୀଙ୍କ ମଧ୍ୟରେ ଏକ ଆନ୍ତଃରାଜ୍ୟ ୱାଟ୍ସଆପ୍ ଗ୍ରୁପ୍ ଗଠନ କରାଯାଇଛି । ଏହା ମାଧ୍ୟମରେ ରିଅଲ-ଟାଇମ ସୂଚନା ଆଦାନ ପ୍ରଦାନ, ମାର୍ଗଗୁଡ଼ିକର ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥାର ସୂଚନା ସେୟାର କରାଯିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score