Explore

Search
Close this search box.

Search

November 23, 2024 2:18 am

Genres

୪୯୫୪.୨୬କୋଟି ପୁଞ୍ଜି ନିବେଶରେ ୩୧ଟି ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ :ସୃଷ୍ଟି ହେବ ୨୪୧୬୨ ନୂତନ ନିଯୁକ୍ତି ସୁଯୋଗ

Investment In Odisha

ରାଜ୍ୟ ସରକାର ୪ ହଜାର ୯୫୪.୨୬ କୋଟି ଟଙ୍କା ପୁଞ୍ଜି ନିବେଶରେ ୩୧ଟି ବୃହତ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୧ତମ ଏସ୍ଏଲ୍ଏସଡବ୍ଲୁସିଏ ବୈଠକରେ ଏହି ସବୁ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୧୪ଟି ଜିଲ୍ଲାରେ ହେବାକୁଥିବା ହେବାକୁଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୪ ହଜାର ୧୬୨ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ବିକାଶ ଏବଂ ନିଯୁକ୍ତି ଅଭିବୃଦ୍ଧିରେ ସହାୟକ ହେବ।

ଅନୁମୋଦିତ ହୋଇଥିବା ପ୍ରକଳ୍ପଗୁଡିକ ମେକାନିକାଲ ଏବଂ ଇଲେକ୍ଟ୍ରିକାଲ କ୍ୟାପିଟାଲ ଗୁଡ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ, ପୋଷାକ ଏବଂ ଟେକ୍ସଟାଇଲ, ଜୈବ ଇନ୍ଧନ, ସବୁଜ ଶକ୍ତି ଉପକରଣ, ଇଏସଡିଏମ, ଇସ୍ପାତ (ଆନୁଷଙ୍ଗିକ), ଅଣ ଧାତବ ଖଣିଜ ଉତ୍ପାଦ (ରିଫ୍ରେକ୍ଟରି ପ୍ରଡକ୍ଟସ), ଇସ୍ପାତ (ଡାଉନଷ୍ଟ୍ରିମ), ପ୍ଲାଷ୍ଟିକ, ଖାଦ୍ୟ, ପାନୀୟ ଏବଂ ଆନୁଷଙ୍ଗିକ କ୍ଷେତ୍ର, କୃଷି ପ୍ରକ୍ରିୟାକରଣ, ପର୍ଯ୍ୟଟନ, ଶକ୍ତି ଏବଂ ଅକ୍ଷୟ ଶକ୍ତି ଏବଂ ଫାର୍ମାସ୍ୟୁଟିକାଲ୍ ସମେତ ବିଭିନ୍ନ କ୍ଷେତ୍ରର ହୋଇଥିବା ସୂଚନା ରହିଛି। ତେବେ ଏହି ପ୍ରକଳ୍ପଗୁଡିକ ଖୋର୍ଦ୍ଧା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ୱର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ପୋଲିମିର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୧୨୮ କୋଟି ପୁଞ୍ଜିନିବେଶରେ ବାର୍ଷିକ ୩ ହଜାର କ୍ଷମତାବିଶିଷ୍ଟ କୋଟ ଏବଂ ସର୍ଭିସ ଇଣ୍ଡଷ୍ଟ୍ରିଆଲ ଷ୍ଟିଲ ରୋଲର ଉତ୍ପାଦନ କରିବା ଏଥିରେ ୨୦୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ।  ସେହିପରି ଡାନିଏଲ ଇଣ୍ଡିଆ ୧୯୦ କୋଟି ଟଙ୍କା ବିନିଯୋଗରେ ଏକ ମାନୁଫାକ୍ଚରିଂ ୟୁନିଟ ସ୍ଥାପନ କରିବ। ଏଥିରେ ୩୮୦ ଜଣଙ୍କୁ ନିଯୁକ୍ତି ମିଳିପାରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score