Explore

Search

February 5, 2025 4:14 am

Genres

ମହାରାଷ୍ଟ୍ରରେ ହାଟ୍ରିକ୍, ତୃତୀୟଥର ମୁଖ୍ଯମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡ଼ନାଭିସ

Devendra Fadnavis Become Maharashtra Chief Minister For Third Term

ମହାରାଷ୍ଟ୍ର: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବେଶ୍ ଚର୍ଚ୍ଚାରେ ଥିଲା l ତେବେ ଘଟିଛି ମହାସସ୍‌ପେନ୍ସର ସମାପ୍ତି। ତୃତୀୟ ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଫଡ଼ନାଭିସ। ବିଜେପି ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତିରେ ଦେବେନ୍ଦ୍ର ଫଡନାଭିସଙ୍କ ନାଁରେ ଲାଗିଛି ମୋହର। କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡ଼ନାଭିସ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବୈଠକରେ ନିର୍ମଳା ସୀତାରମଣ ଏବଂ ବିଜୟ ରୂପାନୀ ମଧ୍ୟ ଉପସ୍ଥିତ ଥିଲେ। ବିଧାୟକ ପାର୍ଟି ବୈଠକ ପୂର୍ବରୁ ମଧ୍ୟ ଭାଜପା ବିଧାୟକମାନେ କହିଥିଲେ ଯେ ଦେବେନ୍ଦ୍ର ଫଡନାଭିସଙ୍କ ସହ ସମସ୍ତ ବିଧାୟକଙ୍କ ସମର୍ଥନ ରହିଛି। ଭାଜପାର ନବନିର୍ବାଚିତ ବିଧାୟକ ପ୍ରବୀଣ ବସନ୍ତରାଓ ଟେଡେ କହିଛନ୍ତି ଯେ “ଆମେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦେବେନ୍ଦ୍ର ଫଡନାଭିସଙ୍କୁ ଚୟନ କରୁଛୁ। ସେ ଏପରି ଜଣେ ନେତା ଯିଏ ମହାରାଷ୍ଟ୍ରରେ ସକରାତ୍ମକ ପରିବର୍ତ୍ତନ ଏବଂ ଉନ୍ନତି ଆଣିପାରିବେ।” ତେବେ ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ନିର୍ବାଚିତ ବିଧାୟକଙ୍କ ପ୍ରଥମ ପସନ୍ଦ। ତାଙ୍କର ପାଞ୍ଚ ବର୍ଷ ପାଇଁ ସରକାର ଚଳାଇବାର ଅଭିଜ୍ଞତା ରହିଛି। ଏହା ବ୍ୟତୀତ ନବ ନିର୍ବାଚିତ ଭାଜପା ବିଧାୟକ ରବି ରାଜ ମଧ୍ୟ କହିଛନ୍ତି ଯେ “ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେ ଖୁବ୍ ଶୀଘ୍ର ଶପଥ ଗ୍ରହଣ କରିବେ। ଏହି ନିଷ୍ପତ୍ତିକୁ ସମଗ୍ର ଦଳ ସମର୍ଥନ କରନ୍ତି। ଅଧିକ ଅଗ୍ରଗତି ପାଇଁ ମହାରାଷ୍ଟ୍ର ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱକୁ ଆବଶ୍ୟକ କରେ ।”

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score