Explore

Search
Close this search box.

Search

November 22, 2024 7:10 am

Genres

ଭିଜିଲାନ୍ସ ଦୁର୍ନୀତି ନିବାରଣ ସପ୍ତାହ ପାଳନ: ଦୁର୍ନୀତି ମୁକ୍ତ ସେବା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

vigilance awareness week 2024

ରାଜ୍ୟ ଭିଜିଲାନ୍ସ ପକ୍ଷରୁ ପାଳନ ହେଉଛି ଦୁର୍ନୀତି ନିବାରଣ ସପ୍ତାହ । ଦୁର୍ନୀତି ନିବାରଣ ସପ୍ତାହର ଉଦଘାଟନ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱରା ଲୋକସେବା ଭବନରେ କରାଯାଇଛି । ଦୁର୍ନୀତି ନିବାରଣ ପାଇଁ ଶପଥ ନେଇଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟକ୍ରମ ଅବସରରେ ସରକାରୀ ଅଧିକାରୀଙ୍କୁ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ଓ ଦେଶର ବିକାଶରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ । ତେଣୁ ଏହାକୁ ରୋକ ଲଗାଇବା ଲାଗି ମୋଦି ସରକାର ବିଭିର୍ନ ପଦକ୍ଷେପ ନେଉଛନ୍ତି । ଏହି ଅବସରରେ କୋରାପୁଟ ଏସ.ପି ପି.କେ ଦ୍ୱିବେଦୀଙ୍କୁ ୨୦୨୩ ବର୍ଷର ଶ୍ରେଷ୍ଠ ଦୁର୍ନୀତି ନିବାରଣ ଅଧିକାରୀ ଭାବେ ସମ୍ମାନିତ କରାଯାଇଛି ।

ସେହି ଭଳି ବଲାଙ୍ଗୀର ଭିଜିଲାନ୍ସ  ୟୁନିଟକୁ ସର୍ବଶ୍ରେଷ୍ଠ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ବାଲେଶ୍ବର ଭିଜିଲାନ୍ସ ର ଦୁଷ୍ମନ୍ତ ନାୟକଙ୍କୁ ବେଷ୍ଟ ଆଇଓ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନର ଡି.ଏସ.ପି ଶବିତାଞ୍ଜଳୀ ନାୟକଙ୍କୁ ବେଷ୍ଟ ଆଇଓ ଭାବେ ସମ୍ମାନିତ କରାଯାଇଛି ଭିଜିଲାନ୍ସ କୋର୍ଟର ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁଙ୍କୁ ବେଷ୍ଟ ପବ୍ଲିକ ପ୍ରୋସିିକ୍ୟୁଟର ଭାବେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍ତି ।

ତେବେ ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍‌ସିକ୍ ବିଜ୍ଞାନ ଅନୁଷ୍ଠାନ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ପାଇଁ ଭିଜିଲାନ୍ସ ବିଭାଗରେ ନିୟୋଜିତ ହେବେ ୮ ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ । ତଦନ୍ତରେ ସହଯୋଗ ଲାଗି ନିୟୋଜିତ ହେବେ ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଅକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ । ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ଯୋଗାଇ ଦିଆଯିବ । ଓଡିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ ନେଇ ଆହ୍ୱାନ ଦେଇଥିଲେ । ସେ କହିଛନ୍ତି ଆମ ସରକାରରେ ରାଜ୍ୟରେ ନାହିଁ ଦୁର୍ନୀତି ଖୋରଙ୍କ ସ୍ଥାନ । ଅନୁମତି ନୁହେଁ ଆକ୍ସନ ନିଅ । ଯାହା ଆବଶ୍ୟକ ସରକାର ଯୋଗାଇବା ପାଈଁ ପ୍ରତିଶୃତି ବଦ୍ଧ ଅଛନ୍ତି ।

ଅନ୍ୟପକ୍ଷରେ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି, ‘‘ଆମେ ଦୁର୍ନୀତି କରିବା କାହିଁକି ? ଆମେ ଯଦି ଦୁର୍ନୀତି କରିବା ନାହିଁ ରାଜ୍ୟରେ ଭିଜିଲାନ୍ସର ଆବଶ୍ୟକତା ପଡିବ ନାହିଁ । ଦୁର୍ନୀତି ନକରିବାକୁ ଆମେ ପ୍ରତିବର୍ଷ ଶପଥ ନେଉଛେ । କିନ୍ତୁ ଫଳ ଶୂନ । ତେଣୁ କେବଳ ଦୁର୍ନୀତି ନକରିବାକୁ ଶପଥ ନେଲେ ହେବନାହିଁ, ଆମକୁ ତାହାକୁ ପାଳନ କରିବାକୁ ପଡ଼ିବ । ତାହାଲେ ଯାଇ ଦୁର୍ନୀତି ମୁକ୍ତ ରାଜ୍ୟ ହୋଇପାରିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score