ମଧ୍ୟପ୍ରଦେଶର ଉଜୈନ ବାସିନ୍ଦା ନିକିତା ପୋରୱାଲ ଫେମିନା ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ଜିତିଛନ୍ତି। ବୁଧବାର ରାତିରେ ମୁମ୍ବାଇର ଓ୍ଵର୍ଲିଠାରେ ଆୟୋଜିତ ମିସ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ନିକିତା। ଦାଦ୍ରା ଓ ନଗର ହାଭେଳିର ରେଖା ପାଣ୍ଡେ ପ୍ରଥମ ରନର ଅପ ହୋଇଥିବା ବେଳେ ଗୁଜରାଟର ଆୟୁଷୀ ଢୋଲକିଆ ଦ୍ଵିତୀୟ ରନର ଅପ ହୋଇଛନ୍ତି। ଫେମିନା ମିସ୍ ଇଣ୍ଡିଆ ୨୦୨୩ର ବିଜେତା ନନ୍ଦିନୀ ଗୁପ୍ତା ନିକିତାଙ୍କୁ ମୁକୁଟ ପିନ୍ଧାଇଥିଲେ।
ତେବେ ସୂଚନା ଥାଉକି ନିକିତା ମିସ ଓ୍ଵାର୍ଲ୍ଡ ୨୦୨୪ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିବେ। ଫେମିନି ମିସ୍ ଇଣ୍ଡିଆ ୨୦୨୪ରେ ପ୍ରତିଯୋଗିତା ପାଇଁ ୨୯ଟି ରାଜ୍ୟରୁ ୩୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହା ପୂର୍ବରୁ ନିକିତା ଗତ ଅଗଷ୍ଟ ମାସରେ ଫେମିନା ମିସ ଇଣ୍ଡିଆ ମଧ୍ୟପ୍ରଦେଶ ୨୦୨୪ ଟାଇଟଲ ହାସଲ କରିଥିଲେ।ମଧ୍ୟପ୍ରଦେଶର ଉଜୈନରେ ନିକିତାଙ୍କର ଜନ୍ମ। ନିକିତା ଜଣେ ଜଣାଶୁଣା ଷ୍ଟୋରି ଟେଲର ଏବଂ ଥିଏଟର ଆର୍ଟିଷ୍ଟ। ସେ ଅନେକ ଫିଚର ଫିଲ୍ମରେ କାମ କରିଛନ୍ତି। ୬୦ରୁ ଅଧିକ ଡ୍ରାମରେ ସେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଏକ ଫିଚର ଫିଲ୍ମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇସାରିଛି।ମାତ୍ର ୧୮ ବର୍ଷ ବୟସରେ ସିନେ ଦୁନିଆରେ ପାଦ ଥାପିଥିଲେ। ଏହି ବୟସରେ ସେ ଏକ ଟିଭି ଶୋ’ର ହୋଷ୍ଟ ମଧ୍ଯ ହୋଇଥିଲେ। ଏହା ବ୍ୟତୀତ ନିକିତା ମଧ୍ୟ ଜଣେ ଭଲ ଲେଖିକା। ସେ ଅନେକ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଷ୍ଟେଜ ଶୋ’ ପାଇଁ ନାଟକ ଲେଖିଛନ୍ତି, ଯେଉଁଥିରେ ୨୫୦ ପୃଷ୍ଠାର କୃଷ୍ଣ ଲୀଲା ମଧ୍ୟ ରହିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |