ଭଦ୍ରକ: ଖୁବଶୀଘ୍ର ଭଦ୍ରକ ଜିଲ୍ଲାର ଧାମନଗର ଛକରେ ହେବ ଟେକ୍ସଟାଇଲ ପାର୍କ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା ପରେ ଦେଖାଦେଇଛି ଉତ୍ସାହ । ୨୦୧୭ରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଏମଓୟୁ ସ୍ବାକ୍ଷର ହୋଇଥିଲା । ଆଇଓସିଏଲ ଏବଂ ଏମସିପିଆଇ ସହଯୋଗରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଅଧିକାରୀଙ୍କ ସହ ଆଲୋଚନା କରି ମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଯୁବକ, ଯୁବତୀ ନିଯୁକ୍ତି ପାଇବେ। ୧୯୯୫ରେ ଧାମନଗର ଛକରେ ୨୧୫ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଥିଲା । ଯାହା ଏବେ ଇଡକୋ ଅଧୀନରେ ଅଛି । ଅଧିକୃତ ହୋଇଥିବା ଜମିରେ ସରକାର ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକୃତ ଜମି ମଧ୍ୟରୁ ଟେକ୍ସଟାଇଲ୍ ପାର୍କ ପାଇଁ ୫.୬ ଏକର ଜମି ଇଡ୍କୋ ପ୍ରଦାନ କରିଛି ।
ଭଦ୍ରକ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୈନିକ ୯୦୦ ଟିପିଡି ଟନ ପଲିମର ଉତ୍ପାଦନ ହେବ । ଯାହାକି ବିଭିନ୍ନ ପ୍ଲାଷ୍ଟିକ ଉପକରଣ ପ୍ରସ୍ତୁତିରେ ବିନିଯୋଗ ହେବ । ପାର୍କର ଅବସ୍ଥିତି ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ନିକଟରେ ଥିବା ଧାମରା ବନ୍ଦର ଏବଂ ପାରାଦୀପ ରିଫାଇନାରୀ ଏବଂ ଏହାର ସହଯୋଗୀ ପ୍ଳାଣ୍ଟରୁ ବାହାରୁଥିବା ଉତ୍ପାଦନ ଏଠାରେ କଞ୍ଚାମାଲ ଭାବେ ବ୍ୟବହାର କରାଯାଇ ପାରିବ । ଟେକ୍ସଟାଇଲ ପାର୍କ ନିର୍ମାଣକୁ ନେଇ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମନ୍ତ୍ରୀ । ମନ୍ତ୍ରୀ ସୁରଜ ଧାମନଗର ଛକ ନିକଟରେ ପ୍ରସ୍ତାବିତ ଜମି ପରିଦର୍ଶନ କରି ଭଦ୍ରକ ସର୍କିଟ ହାଉସରେ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ, ଜିଲ୍ଲା ଉନ୍ନୟନ ଅଧିକାରୀ ସରୋଜ ଦତ୍ତ ଏବଂ ଅନ୍ୟାନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।ପ୍ରାୟ ୨୯ ବର୍ଷ ଧରି ପଡ଼ିଥିଲା ଅଧିଗ୍ରହଣ ହୋଇଥିବା ଏହି ଜମି । ଏବେ ଏଥିରେ ଟେକ୍ସଟାଇଲ ପାର୍କ ନିର୍ମାଣ ହେବା ନେଇ ଆଶା ଭଜ୍ଜିବୀତ ହୋଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |