Explore

Search

July 3, 2025 2:54 am

Genres

ଜୁଲାଇରୁ ବଢିବ ରେଳଯାତ୍ରା ମୂଲ୍ୟ : ଭାରତୀୟ ରେଳ ପରିବହନ ନିଗମ

ଭାରତୀୟ ରେଳଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ବଢ଼ିବାକୁ ଯାଉଛି ରେଳ ଟିକେଟ୍ ମୂଲ୍ୟ । ଦୂର ସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ପକେଟ ହେବ ମହାଙ୍ଗା l ଏକ ଜୁଲାଇରୁ ବଢ଼ିବାକୁ ଯାଉଛି ରେଳ ଟିକେଟ୍ । ଏହାସହ ଏକ ଖୁସି ଖବର ମଧ୍ୟ ରହିଛି । କିଛି ବର୍ଗରେ ଟିକେଟ ମୂଲ୍ୟରେ କୌଣସି ପରିବର୍ତ୍ତନ ହେବାକୁ ଯାଉନି ।

ରେଲଓ୍ବର ନୂଆ ଟେରିଫ ଅନୁସାରେ, ସେକେଣ୍ଡ କ୍ଲାସରେ ୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ଟିକେଟ ମୂଲ୍ୟରେ ବୃଦ୍ଧି କରାଯାଇନାହିଁ । ହେଲେ, ୫୦୦ କିମିରୁ ଅଧିକ ହେଲେ, ଯାତ୍ରୀଙ୍କୁ ନୂଆ ମୂଲ୍ୟ ଦେବାକୁ ପଡ଼ିବ । ନୂଆ ମୂଲ୍ୟ ଅନୁସାରେ ପ୍ରତି କିଲୋମିଟର ଉପରେ ୫୦ ପଇସା ଅଧିକ ଲାଗିବ । ଏହାସହ ମେଲ/ ଏକ୍ସପ୍ରେସ ଟ୍ରେନ (ନନ ଏସି) ଯାତ୍ରୀଙ୍କୁ ପ୍ରତି କିଲୋମିଟର ଉପରେ ଏକ ଟଙ୍କା ଅଧିକ ଦେବାକୁ ପଡିବ । ସେହିପରି ଏସି କ୍ଲାସ ଟିକେଟ ଉପରେ ସବୁଠାରୁ ଅଧିକ ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ବର୍ଗରେ ପ୍ରତି କିଲୋମିଟର ପିଛା ଦୁଇ ଟଙ୍କା ବୃଦ୍ଧି ହେବାକୁ ଯାଉଛି । ତେବେ ଲୋକାଲ ଟ୍ରେନ ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ । ଯାହା ଭାରତୀୟ ରେଳରେ ଯାତ୍ରା କରୁଥିବା କୋଟି କୋଟି ଯାତ୍ରୀଙ୍କ ପାଇଁ ଖୁସି ଖବର ।

ସେହିପରି ମାସିକ ଟିକେଟ୍ ଦରରେ ମଧ୍ୟ କୌଣସି ବୃଦ୍ଧି କରାଯାଇନାହିଁ । ବିଶେଷଜ୍ଞଙ୍କ ମତରେ ରେଲବାଇ ଟିକେଟ୍ ବୁକିଂ ନିୟମରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏବେ ଆପଣ ଟିକେଟ ବୁକ୍ କଲେ ୪ ଘଣ୍ଟା ପୂର୍ବରୁ ଜାଣିବାକୁ ପାଉଛନ୍ତି କନଫର୍ମ ହେଲା କି ନାହିଁ । ହେଲେ ଭାରତୀୟ ରେଳବାଇ ନୂଆ ସିଷ୍ଟମ ଉପରେ କାମ କରୁଛି । ଯେଉଁଥିରେ କନଫର୍ମ ସିଟର ତାଲିକା ୨୪ ଘଣ୍ଟା ପୂର୍ବରୁ ଜାରି କରାଯିବ । ଏହାକୁ ଲାଗୁ କରିବାକୁ ଭାରତୀୟ ରେଳଓ୍ବେ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହାକୁ ନେଇ ଟ୍ରାଏଲ ବି ଆରମ୍ଭ ହୋଇଯାଇଛି । ୬ ଜୁନରୁ ଏହି ସିଷ୍ଟମ ରାଜସ୍ଥାନର ବିକାନେର ଡିଭିଜନରେ ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score