Explore

Search

December 2, 2025 7:03 am

ଜାତୀୟସ୍ତରରେ ଛତ୍ରପୁର ବ୍ଲକକୁ ଶ୍ରେଷ୍ଠତା ସମ୍ମାନ; ପୁରସ୍କୃତ କରିବେ ରାଷ୍ଟ୍ରପତି

National panchayat awards 2024

ଛତ୍ରପୁର/ଗଞ୍ଜାମ: ଜାତୀୟସ୍ତରରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାକୁ ମିଳିବ ପୁରସ୍କାର l କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଶ୍ରେଷ୍ଠ ପଞ୍ଚାୟତର ନାମ ଘୋଷଣା କରାଯାଇଛି। ଯେଉଁଥିରେ ଛତ୍ରପୁରକୁ ଦେଶର ଶ୍ରେଷ୍ଠ ବ୍ଲକ୍ ରୂପେ ଘୋଷିତ କରାଯାଇଛି l ଆଜି ୧୧ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରେଷ୍ଠ ପଞ୍ଚାୟତକୁ ପୁରସ୍କୃତ କରିବେ। ଏଥିରେ ଗଞ୍ଜାମ ଜିଲ୍ଲାର ୨ଟି ପଞ୍ଚାୟତ ସ୍ଥାନିତ ହୋଇଥିବା ବେଳେ ଦେଶର ଶ୍ରେଷ୍ଠ ବ୍ଲକ୍ ଭାବେ ଛତ୍ରପୁର ଯୋଗ୍ୟ ବିବେଚିତ ହୋଇଛି। ଛତ୍ରପୁରକୁ ଶ୍ରେଷ୍ଠ ବ୍ଲକ୍ ରୂପେ ‘ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ’ ବିକାଶ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ରଙ୍ଗେଇଲୁଣ୍ଡା ବ୍ଲକ୍ କେଲୁଆପଲ୍ଲି ପଞ୍ଚାୟତକୁ ସୁସ୍ଥ ପଞ୍ଚାୟତ ଓ ଆତ୍ମନିର୍ଭରଶୀଳ ଏବଂ ଭିତ୍ତିଭୂମି ନିର୍ମାଣ ପାଇଁ ହିଞ୍ଜିଳିକାଟୁ ବ୍ଲକ୍‌ର ସାହାପୁର ପଞ୍ଚାୟତକୁ “ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ବିକାଶ” ପୁରସ୍କାର ପ୍ରଦାନ କରାଯିବା ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶା ୭ଟି ବର୍ଗରେ ସ୍ଥାନ ପାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score