ଭୁବନେଶ୍ବର/ କଟକ/ପୁରୀ: ଦେଶର ଅନ୍ୟ ମଟ୍ରୋପଲିଟାନ ସହର ପରି ଓଡ଼ିଶାର ରାଜଧାନୀ ଭୁବନେଶ୍ଵର, କଟକ, ପୁରୀରେ ଗଡିବ ଡବଲ୍ ଡେକର୍ ବସ୍ l ଡବଲ୍ ଡେକର୍ ଇ-ବସ୍ ପାଇଁ ଟେଣ୍ଡର ଆହ୍ବାନ କଲା କ୍ରୁଟ୍ l ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କରାଯିବା ସହ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଯୋଜନା କରାଯାଇଛି ବୋଲି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ଡବଲ୍ ଡେକର୍ ବସ୍। ଡବଲ୍ ଡେକର୍ ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ସପ୍ଲାଏ, ଅପରେସନ୍, ମେଣ୍ଟେନାନ୍ସ ଓ କର୍ମଚାରୀ ସଂପୃକ୍ତ ସଂସ୍ଥା ଯୋଗାଇବ ବସ୍। ଆବଶ୍ୟକ ପଡ଼ିଲେ ଏହି ଚୁକ୍ତି ଆହୁରି ୨ ବର୍ଷ ବଢ଼ାଯାଇପାରେ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।
ନିକଟରେ ପରିବହନ କ୍ଷେତ୍ରରେ ଦେଶର ଅନ୍ୟ ଶୀର୍ଷ ସହରକୁ ଭୁବନେଶ୍ୱର ପଛରେ ପକାଇବା ସମଗ୍ର ରାଜ୍ୟବାସୀଙ୍କୁ ଗର୍ବିତ କରିଥିଲା ସହର ପରିବହନ ନିଗମ l ନାଗରିକମାନଙ୍କ ସୁବିଧା ପାଇଁ ଓଡ଼ିଶା ସରକାରଙ୍କ “କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ’ (କ୍ରୁଟ୍)ର ମୋ ବସ୍ ଏବଂ ମୋ-ଇ ରାଇଡ୍ ସେବାକୁ ଦେଶର ସର୍ବଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥା ବୋଲି କୁହାଯାଇଥିଲା। କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଭୁବନେଶ୍ୱରକୁ ଦେଶର ସବୁଠାରୁ ଶ୍ରେଷ୍ଠ ଜନପରିବହନ ବ୍ୟବସ୍ଥାର ସହର ବା ‘ସିଟି ଉଇଥ୍ ବେଷ୍ଟ ପବ୍ଲିକ୍ ଟ୍ରାନ୍ସପୋର୍ଟ ସିଷ୍ଟମ୍’ର ମାନ୍ୟତା ଦେବା ସହ ପୁରସ୍କାର ମିଳିଥିଲା।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |