ଲଗାତାର ଭାବେ ଦ୍ଵିତୀୟ ବର୍ଷ ରେ ଗର୍ବ ସାଉଁଟିଛନ୍ତି ଓଡ଼ିଆ ପୁଅ ତଥା ରିଜର୍ଭ ବ୍ୟାଙ୍କ ଇଣ୍ଡିଆ (ଆର୍ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ଅନୁସାରେ ତାଙ୍କୁ ମିଳିଛି ଏ ପ୍ଲସ ରେଟିଂ। ତେବେ ସୂଚନା ଥାଉ କି ମୁଦ୍ରାଗୀତି ନିୟନ୍ତ୍ରଣ, ଅର୍ଥନୈତିକ ଅଭିବୃଦ୍ଧି, ମୁଦ୍ରା କ୍ଷେତ୍ରରେ ସ୍ଥିରତା ଏବଂ ସୁଧହାର ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ମିଳିଛି ଏହି ସଫଳତା।
ବିଶ୍ବ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ଗତ ୧୯୯୪ରୁ ପ୍ରକାଶିତ ହୋଇ ଆସୁଛି । ଏଥିରେ ଦୁନିଆର ୧୦୧ ଜଣ ସେଣ୍ଟ୍ରାଲ ବ୍ୟାଙ୍କରଙ୍କ କାର୍ଯ୍ୟକାଳର ପ୍ରଦର୍ଶନ କରାଯାଇଥାଏ । ଗତ ବର୍ଷ ବି ଶକ୍ତିକାନ୍ତଙ୍କୁ ଏ ପ୍ଲସ ରେଟିଂ ମିଳିଥିଲା। ଏକ ବର୍ଷ ମଧ୍ୟରେ କେଉଁ ସେଣ୍ଟ୍ରାଲ ବ୍ୟାଙ୍କର କଣ ପ୍ରଦର୍ଶନ ରହିଛି ତାହା ଗ୍ଲୋବାଲ ଫାଇନାନ୍ସ ମାଗାଜିନ ମାଧ୍ୟମରେ ପ୍ରକାଶ କରାଯାଇଥାଏ ।
ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ଅଟନ୍ତି। ଦୀର୍ଘ ୫ ବର୍ଷ ପୂର୍ବରୁ ସେ ଆର୍ବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ଵ ସମ୍ଭାଳିଥିଲେ। ଜି -୨୦ ସମ୍ମିଳନୀରେ ତାଙ୍କୁ ଭାରତର ଶେର୍ପା ମଧ୍ୟ ନିଯୁକ୍ତ କରାଯାଇଥିଲା। ଏଥିସହିତ ସେ ୧୫ ତମ ଅର୍ଥ କମିଶନର ସଦସ୍ୟ ମଧ୍ୟ ଥିଲେ। ୧୯୮୦ ବ୍ୟାଚ୍ର ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ IAS ଅଧିକାରୀ ହେଉଛନ୍ତି ଶକ୍ତିକାନ୍ତ ଦାସ। ତାଙ୍କ ନେତୃତ୍ୱରେ ଆରବିଆଇ ପ୍ରାୟ ଦେଢ଼ ବର୍ଷ ହେବ ସୁଧ ହାର ସ୍ଥିର ରଖିଛି। ଏହା ବ୍ୟତୀତ ମୁଦ୍ରାସ୍ଫୀତି ମଧ୍ୟ ନିୟନ୍ତ୍ରଣ କରାଯାଇଛି। ଏହି ଅବଧି ମଧ୍ୟରେ ଦେଶ ୮ ପ୍ରତିଶତରୁ ମଧ୍ୟ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି।ଏହା ସହ ତାଙ୍କ ନେତୃତ୍ୱରେ ମହଙ୍ଗା ନିୟନ୍ତ୍ରଣ କରିବାରେ ମଧ୍ୟ ବେଶ ସଫଳତା ହାସଲ କରିପାରିଛି ଆରବିଆଇ।
ଦେଶର ଅର୍ଥନୀତିରେ ତାଙ୍କର ଏହି ଅଭୂତପୂର୍ବ ଯୋଗଦାନ ଏବଂ ସଫଳତା ପାଇଁ ତାଙ୍କୁ ଦେଶ ତଥା ବିଶ୍ୱଦରବାର ରୁ ମିଳିଛି ଢେରସାରା ଶୁଭେଚ୍ଛା ଏବଂ ଶୁଭକାମନା।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |