Explore

Search

December 27, 2024 6:04 am

Genres

ଏଣିକି ସରକାରୀ ଚାକିରି ପାଇଁ ଆସିବ କଡା ନିୟମ, ରୋକିବ ଅନିୟମିତତା

Job Vaccancy News

ଭୁବନେଶ୍ବର: ରାଜ୍ଯ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସରକାରୀ ପ୍ରତିଯୋଗିତା ମୂଳକ ପରୀକ୍ଷାକୁ ନିୟନ୍ତ୍ରଣ କରୁଥିବା ସଂସ୍ଥାର ପରିଚାଳନାକୁ ସ୍ଵଚ୍ଛତା ଓ ପୂର୍ବରୁ ପରୀକ୍ଷାର୍ଥୀମାନେ ଅନିୟମିତତାକୁ ନେଇ କରୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ରାଜ୍ଯ ସରକାର ଓଡିଶା ସାର୍ବଜନୀନ ପରୀକ୍ଷା ଆଇନ ୨୦୨୪ କାର୍ଯ୍ୟକାରୀ କରିବେ l ସାଧରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ଓଡିଶା କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି l ନୂତନ ଆଇନ ବ୍ୟବସ୍ଥା ଅନୁଯାୟୀ ପରୀକ୍ଷା ପ୍ରକ୍ରିୟାରେ କୌଣସି ଅନିୟମିତତା କଲେ ସେହି ଅଭିଯୁକ୍ତ ୩-୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବା ସହିତ ୧୦ ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଭରିବେ ଏପରିକି ସେବା ପ୍ରଦାନକାରୀଙ୍କ ପାଇଁ ୧ କୋଟି ପର୍ଯ୍ୟନ୍ତ ଆର୍ଥିକ ଦଣ୍ଡ ସହିତ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ଯ ଆଦାୟ କରିଯିବ l ଓଡିଶା ଲୋକସେବା ଆୟୋଗ, ଓଡିଶା ଷ୍ଟାଫ୍ ସିଲେକ୍ସନ, ଓଡିଶା ସବ୍ ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ୍, ଓଡିଶା ଜେଇଇ ସମେତ ସରକାରଙ୍କ ଦ୍ଵାରା ଅନ୍ୟାନ୍ୟ ସଂସ୍ଥା ଯାହା ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତି ସେଥିରେ ସମ୍ପୂର୍ଣ୍ଣ ରୂପେ ସ୍ଵଚ୍ଛ ଓ ପାରଦର୍ଶୀ ଆଣିବା ପାଇଁ ଏହି ଆଇନ ଅଣାଯାଇଛି l ଆସନ୍ତା ଶୀତକାଳୀନ ଅଧିବେଶନରେ ଏହି ବିଲ୍ କୁ ପାରିତ କରିବା ପାଇଁ ରାଜ୍ଯସରକାର ନିଷ୍ପତ୍ତି ନେଇଛନ୍ତି l ଏହି ଆଇନ ଲାଗୁହେଲେ ପରୀକ୍ଷା ସମୟରେ ହେଉଥିବା ମିଥ୍ୟା ପରିଚୟ ପ୍ରଦାନ, ପ୍ରାକ୍ ପରୀକ୍ଷା ସୂଚନା ଲିକ, ପରୀକ୍ଷା ସମୟରେ ଅଣପରୀକ୍ଷାର୍ଥୀଙ୍କ ପ୍ରବେଶ ନିଷେଧ ପରି ବିଷୟ ଉପରେ ଗୁରୁତ୍ଵ ଦିଆଯାଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score