Explore

Search
Close this search box.

Search

November 22, 2024 2:12 am

Genres

ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ କଲେ ଆତିଶି ମାର୍ଲେନା

Atishi marlena

ଆଜିଠୁ ଦିଲ୍ଲୀରେ ଆରମ୍ଭ ହେଲା ଆତିଶୀ ଯୁଗ । ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଇସ୍ତଫା ପରେ ଆତିଶୀଙ୍କୁ ନୂଆ ସରକାର ଗଠନ କରିବାକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇସାରିଛି ଶପଥ ଗ୍ରହଣ ଉତ୍ସବ।|ରାଜଭବନରେ ଉପରାଜ୍ୟପାଳ ଭିକେ ସକ୍ସେନା ତାଙ୍କୁ ପଦ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆତିଶୀଙ୍କ ସହ କ୍ୟାବିନେଟର ୫ମନ୍ତ୍ରୀ ମଧ୍ୟ ତାଙ୍କ ସହ ଶପଥ ନେଇଛନ୍ତି । ସେମାନେ ହେଲେ ଗୋପାଳ ରାୟ, କୈଳାଶ ଗେହଲୋଟ, ସୌରଭ ଭରଦ୍ବାଜ, ଇମରାନ ହୁସେନ ଓ ମୁକେଶ ଅହଲାବତ । ନିରାଡମ୍ବର ଭାବେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେବଳ ସଚିବ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ମୁଖ୍ୟମନ୍ତ୍ରୀ ଆସନ ।

ତେବେ ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଅରିବିନ୍ଦ କେଜ୍ରିୱାଲଙ୍କ ସରକାରରେ ସବୁଠୁ ଅଧିକ ବିଭାଗ ଆତିଶୀଙ୍କ ହାତରେ ଥିଲା । ଅର୍ଥ, ରାଜସ୍ବ, ଯୋଜନା, ମହିଳା ବିକାଶ, ଶିକ୍ଷା, ଉଚ୍ଚ ଶିକ୍ଷା, ପର୍ଯ୍ୟଟନ, କଳା ଓ ସଂସ୍କୃତି ଓ ଭାଷା, ଲୋକ ନିର୍ମାଣ ବିଭାଗ, ବିଦ୍ୟୁତ, ସୂଚନା ଓ ଜନସମ୍ପର୍କ ଓ ସେବା ସତର୍କତା ଭଳି ବିଭାଗର ମନ୍ତ୍ରୀ ଥିଲେ ଆତିଶୀ ।

ତେବେ କିପରି ଥିଲାତାଙ୍କର ଏହି ସ୍ଵର୍ଣ୍ଣମୟ ଯାତ୍ରା ର ଇତିହାସ |ତେବେ ସୂଚନା ଥାଉ କି ଆତିଶି ଥିଲେ ଆମ ଆଦମୀ ପାର୍ଟିର ଜଣେ ସାଧରଣ କର୍ମୀ। ୨୦୨୩ ଫେବ୍ରୁଆରି ୨୬ ତାରିଖରେ ଅବକାରୀ ଦୁର୍ନୀତି ମାମଲାରେ ପ୍ରଥମେ ଗିରଫ ହୋଇ ମନିଷ ସିସୋଦିଆ ଜେଲ ଯିବା ପରେ ଆରମ୍ଭ ହୋଇଥିଲା ଦିଲ୍ଲୀ ରାଜନୀତିରେ ପରିବର୍ତ୍ତନ। ୨୦୨୩ ମାର୍ଚ୍ଚ ୯ ତାରିଖରେ ପ୍ରଥମ ଥର ମନ୍ତ୍ରୀ ପଦ ପାଇଲେ ଆତିଶି ମାର୍ଲେନା। ସେହି ବର୍ଷ ଅକ୍ଟୋବର ୪ ତାରିଖରେ ଗିରଫ ହେଲେ ସଞ୍ଜୟ ସିଂହ। ସଞ୍ଜୟ ସିଂହ ଗିରଫ ହେବା ପରେ ଆତିଶିଙ୍କ ଦାୟିତ୍ୱ ବଢ଼ିଯାଇଥିଲା। ମନ୍ତ୍ରୀ ପଦ ତାଙ୍କୁ ଦଳର ଦାୟିତ୍ୱ ମଧ୍ୟ ସମ୍ଭାଳିବାକୁ ପଡ଼ିଥିଲା। ୨୦୨୪ ମାର୍ଚ୍ଚ ୨୧ ତାରିଖରେ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଦଳକୁ ବେଶ ଭଲ ଭାବେ ସମ୍ଭାଳି ଥିଲେ ଆତିଶି।

ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ କିଏ ଦିଲ୍ଲୀ ଶାସନ ଭାର ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାରି ମଧ୍ୟରେ ଆତିଶିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ନିଷ୍ପତ୍ତି ନେଲା।ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତିରେ ଆତିଶି ମାର୍ଲେନା ନିଷ୍ଠାର ସହ ଦଳ ପାଇଁ କାମ କରିଛନ୍ତି। କେଜ୍ରିୱାଲ ଜେଲରେ ଥିବାବେଳେ ସେ ଖୁବ ସଚ୍ଚୋଟତାର ସହ ସରକାର ଏବଂ ଦଳକୁ ସମ୍ଭାଳି ଥିଲେ। ଦଳର ନିଷ୍ପତ୍ତି ଓ ଅନୁଶାସନକୁ ମାନି କାମ କରୁଥିଲେ। ଏପରିକି ବିଜେପିକୁ କଡ଼ା ସମାଲୋଚନା ବି କରୁଥିଲେ। ତାଙ୍କ ଉପରେ କେଜ୍ରିୱାଲଙ୍କର ଥିବା ବିଶ୍ୱାସ ଓ ଭରସାକୁ ସେ ଭାଙ୍ଗି ନଥିଲେ।ଏପରିକି ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତିରେ କେବେ ବି ତାଙ୍କୁ ବାଇପାସ କରି କାମ କରିବା କଥା ଚିନ୍ତା କରିନଥିଲେ ଆତିଶି। ଆତିଶିଙ୍କର ଦଳ ଓ ନେତାଙ୍କ ପ୍ରତି ରହିଥିବା ଆନ୍ତରିକତା ତାଙ୍କୁ ଆଜି ଏହି ଆସନରେ ପହଞ୍ଚାଇଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score