Explore

Search

December 29, 2025 9:39 pm

IPL 2026 ମିନି ଅକ୍ସନ : ସବୁଠୁ ଦାମୀ ବିଦେଶୀ ଖେଳାଳି କ୍ୟାମେରୁନ ଗ୍ରୀନ

ଆବୁଧାବି : IPL 2026 ପାଇଁ ଆବୁଧାବିର ଏତିହାଦ ଆରେନାରେ ମିନି-ଅକ୍ସନ ଆରମ୍ଭ ହୋଇଛି । ୩୬୯ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୨୨୭ ଭାରତୀୟ ଏବଂ ୧୧୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ମୋଟ ୭୭ ଖେଳାଳିଙ୍କୁ ଚୂଡ଼ାନ୍ତ କରାଯାଇଛି । ୧୦ଟି ଟିମରେ ମାତ୍ର ୭୭ ସ୍ଲଟ ଖାଲି ରହିଛନ୍ତି । ଏହି ଅକ୍ସନରେ କୋଲକତା ନାଇଟ ରାଇଡର୍ସ ପାଖରେ ଅଧିକ ଟଙ୍କା ରହିଛି । ୩ ଥର ଚାମ୍ପିଅନ ହୋଇଥିବା କୋଲକତା ପାଖରେ ୬୪.୩୦ କୋଟି ଟଙ୍କା ରହିଛି । ତେବେ ଆଇପିଏଲ ୨୦ ତମ ସଂସ୍କରଣର ମିନି ନିଲାମରେ ଚମକିଛନ୍ତି, ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନ ।

ମିନି ଅକ୍ସନରେ କ୍ୟାମେରନ ଗ୍ରୀନଙ୍କୁ କୋଲକାତା ନାଇଟ ରାଇଡର୍ସ ୨୫.୨୦ କୋଟିରେ କିଣିଛି । ଗ୍ରୀନ ଆଇପିଏଲରେ ସବୁଠାରୁ ମହଙ୍ଗା ବିଦେଶୀ କ୍ରିକେଟର, ଯିଏକି ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହା କ୍ରମାଗତ ତୃତୀୟ ବର୍ଷ ଯେବେ ବିଦେଶରେ ନିଲାମ ଅନୁଷ୍ଠିତ ହୋଇଛି ।

ତେବେ କ୍ୟାମେରନ ଗ୍ରୀନ ନାଇଟ୍ସ ଶିବିରରେ ଯୋଗ ଦେବାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଅଷ୍ଟ୍ରେଲିୟ ଅଲରାଉଣ୍ଡର ଇଡେନ ଗାର୍ଡେନରେ ଖେଳିବାକୁ ଅପେକ୍ଷା କରିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କ୍ୟାମେରନ ଗ୍ରୀନ । ସେହିଭଳି ଭେଙ୍କଟେଶ ଆୟରଙ୍କୁ ୭ କୋଟିରେ ଆରସିବି କିଣିଛି ।

ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୩ ମିନି-ନିଲାମରେ ୧୭.୫ କୋଟିରେ କିଣିଥିଲା । ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମେରନ ଗ୍ରୀନଙ୍କୁ କିଣିବା ପାଇଁ ବହୁତ ନିବେଶ କରିଥିଲା । ଗ୍ରୀନ ସେହି ସିଜନରେ ଚମତ୍କାର ପ୍ରଦର୍ଶନ କରିଥିଲେ । ୧୬୦.୨୮ ଷ୍ଟ୍ରାଇକ ରେଟରେ ମୋଟ ୪୫୨ ରନ କରିଥିଲେ। ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୨୦୧ ରନର ଲକ୍ଷ୍ୟ ପିଛା କରିବା ସମୟରେ ତାଙ୍କ ଶତକ ମୁମ୍ବାଇକୁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସାହାଯ୍ୟ କରିଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score